ବଲାଙ୍ଗୀର: ଟ୍ରାକ୍ଟର ଓଲଟି ନାବାଳକ ଡ୍ରାଇଭର ମୃତ। ମାମଲାକୁ ଚପାଇ ଦେବାକୁ ଉଦ୍ୟମ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ବାଦୀବାହାଲ ପଞ୍ଚାୟତ ଅଗଲାପାଳି ଗାଁରେ। ଗାଁରେ ବସୁଧା ଯୋଜନାରେ ସରକାରୀ କାମ ଚାଲିଛି। ସରକାରୀ କାମରେ ଲାଗିଥିଲା ବାଦୀବାହାଲ ପଞ୍ଚାୟତ ସରପଞ୍ଚ ପ୍ରସନ୍ନ ତ୍ରିପାଠୀଙ୍କ ଟ୍ରାକ୍ଟର।

Advertisment

ସରପଞ୍ଚ ସେହି ଟ୍ରାକ୍ଟରରେ ମନୁ ଦାଶ ନାମକ ଜଣେ ବାପା ଛେଉଣ୍ଡ ନାବାଳକକୁ ଡ୍ରାଇଭର ଭାବେ କାମ କରାଉଥିଲେ। କାମ ଚାଲୁଥିବା ସମୟରେ ଟ୍ରାକ୍ଟର ଓଲଟି ନାବାଳକର ଜୀବନ ଯାଇଛି। ପୁଲିସ ଘଟଣାର ଛାନଭିନ କରୁଛି। କିନ୍ତୁ ମାମଲାକୁ ରଫାଦଫା କରୁଥିବାର ଚର୍ଚ୍ଚା ହେଉଛି।