ବିନିକା: ଟ୍ରାକ୍ଟର ଓଲଟି ଜଣେ ନାବାଳକ ଶ୍ରମିକର ମୃତ୍ୟୁ ହୋଇଥିବାର ଖବର ମିଳିଛି I ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ମେଘଲା ପଞ୍ଚାୟତର ସାହାଜବାହାଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରୁ ତଳକୁ ଟ୍ରାକ୍ଟର ଓଲଟି ପଡ଼ିବାରୁ ସାହାଜବାହାଲ ଗାଁର ନାବାଳକ ଶ୍ରମିକର ମୃତ୍ୟୁ ଘଟିଛି। ଉକ୍ତ ନାବାଳକ ଶ୍ରମିକର ନାମ ସନାତନ ବାଗ ଏବଂ ତାର ବୟସ ୧୩ ବର୍ଷ ବୋଲି ଜଣାଯାଇଛିI
ଏହି ଅଘଟଣ ଘଟିବା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଛାଡ଼ି ଡ୍ରାଇଭର୍ ଏବଂ ଅନ୍ୟ ଶ୍ରମିକମାନେ ଫେରାର ହୋଇଥିବା ଜଣାଯାଇଛିI
ଖବର ପାଇ ବିନିକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନାବାଳକକୁ ପଠାଇଥିଲା I ଡାକ୍ତର ଦେଖିବା ପରେ ନାବାଳକକୁ ମୃତ ଘୋଷଣା କରିଥିଲେ I ମୃତ ନାବାଳକ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିବା ପୁଲିସ କହିଛିI ଡାକ୍ତରଖାନାରେ ପରିବାର ଲୋକେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି I ପୁଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି I
ଟ୍ରାକ୍ଟର ଓଲଟି ନାବାଳକ ଶ୍ରମିକର ମୃତ୍ୟୁ, ଟ୍ରାକ୍ଟର ଚାଳକ ଫେରାର୍
/sambad/media/post_attachments/wp-content/uploads/2020/06/tractor.jpg)