ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଜଣେ ତଫସିଲଭୁକ୍ତ ଜନଜାତିର ନାବାଳିକାକୁ ନିଶାମିଶ୍ରିତ ପାନୀୟ ପିଆଇ ଗଣଦୁଷ୍କର୍ମ କରାଯାଇଥିିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଭାଇଙ୍କୁ ମଦ ଆଣିବା ପାଇଁ ପଠାଇ ଦୁର୍ବୃତ୍ତମାନେ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପୁଲିସ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଏହି ଘଟଣାରେ ପୁଲିସ ଜଣେ ଅଟୋଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ତାଙ୍କ ଭାଇଙ୍କ ସହିତ ଯାତ୍ରା ଦେଖିବାକୁ ଯାଇଥିଲେ। ସେମାନେ ଏକ ଅଟୋରେ ଯାତ୍ରା ଦେଖିବାକୁ ଯାଇଥିଲେ । ତେବେ ସେଠାରେ ଦୁଇଜଣ ଯୁବକ ସେମାନଙ୍କୁ ବିଭିନ୍ନ ଭାବେ ପ୍ରଲୋଭିତ କରିଥିଲେ। ନାବାଳିକା ଭାଇଙ୍କୁ ମଦ ପାଇଁ ପଠାଇ ନାବାଳିକାଙ୍କୁ କିଛି ପାନୀୟ ପିଇବାକୁ ଦେଇଥିଲେ। ଏହା ପିଇବା ପରେ ନାବାଳିକା ଜଣକ ସଜ୍ଞାହୀନ ହୋଇ ପଡ଼ିଥିଲେ। ପରେ ଦୁର୍ବୃତ୍ତଦ୍ୱୟ ତାଙ୍କ ସହିତ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ। ମଦ ନେଇ ଫେରିବା ପରେ ନାବାଳିକାଙ୍କ ଭାଇ ଭଉଣୀର ଏପରି ଅବସ୍ଥା ଦେଖି ସେହିଠାରେ ବସି ରହିଥିଲେ। ତେବେ ଏହି ଖବର ପ୍ରଚାରିତ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ନାବାଳିକାଙ୍କୁ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଜଣେ ଆଦିବାସୀ ନାବାଳିକାଙ୍କ ପ୍ରତି ହୋଇଥିବାଏହି କୁକର୍ମ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଲୋକେ ରାସ୍ତାରୋକ କରିଛନ୍ତି। ଖବରପାଇ କରଞ୍ଜିିଆ ସବ୍ କଲେକ୍ଟର ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Rape_2-1.jpg)