ବ୍ରହ୍ମପୁର: ଗଂଜାମ ଜିଲା ଶିତଲାପଲ୍ଲୀ ଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖାଯାଇଥିବା ଅଭିଯୋଗ ହୋଇଛି ।ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ପରିବାରକୁ ୪ ଦିନ ପରେ ଖବର ଦିଆଯାଇଛି, ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଏହି ମାମଲା ଥାନା ପର୍ଯ୍ୟନ୍ତ ଯାଇଛି ।

Advertisment

ସୂଚନା ପ୍ରକାରେ, ବଡବଜାର ଥାନା ଅନ୍ତର୍ଗତ ଗଣାପତି ନଗର ୨ୟ ସାହିର ବସନ୍ତ କୁମାର ସାହୁ (୪୯) ଗତ ୧୯ ତାରିଖରେ ଟାଟା କୋଭିଡ଼ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ । ଚିକିତ୍ସିତ ହେଉଥବା ବେଳେ ୨୪ ତାରିଖ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ବସନ୍ତ ଫୋନରେ କଥାବାର୍ତ୍ତା କରୁଥିଲେ । କିନ୍ତୁ ୨୪ ପର ଠାରୁ ଫୋନ ଆଉ ଲାଗିଲା ନାହିଁ। ଯାହା ଫଳରେ ପରିବାର ଲୋକେ ହସ୍ପିଟାଲର ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିଥିଲେ । ହେଲେ ‘ତୁମ ରୋଗୀ ଆଇସିୟୁରେ ଅଛି, ଅକ୍ସିଜେନ ଲାଗିଛି’ ବୋଲି ହସ୍ପିଟାଲର କର୍ମଚାରୀ ପରିବାର ଲୋକଙ୍କୁ କହିଆସୁଥିଲେ । ଯୋଗାଯୋଗ କରି ପୁଣି ୨୭ ତାରିଖ ପର୍ଯ୍ୟନ୍ତ କଥାବାର୍ତ୍ତା ଜାରି ରଖିଥିଲେ । କିନ୍ତୁ ଗତକାଲି ହସ୍ପିଟାଲରୁ ଫୋନ ଆସିଥିଲା ଆଉ ଜଣାଇ ଦିଆଗଲା ବସନ୍ତଙ୍କ ଗତ ୨୪ ତାରିଖ ଠାରୁ ମୃତ୍ୟ ହୋଇସାରିଛି । ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ।

publive-image

କାଲି ରାତିରେ ବଡ଼ବଜାର ଥାନା ଓ ପରେ ଗୋପାଳପୁର ଥାନାକୁ ଯାଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷ ବିରୋଧରେ ଏତଲା ଦେଇଥିଲେ । ଆଉ ଏତଲା ପରେ ଟାଟା କୋଭିଡ ହସ୍ପିଟାଲର ସିଇଓ ତଥା ହାଇଟେକ ମେଡିକାଲ କଲେଜର ଡା. ସଂଗ୍ରାମ ପାତ୍ର ଏକ ପ୍ରେସ ନୋଟ ଜାରି କରି ସୂଚନା ଦେଇଛନ୍ତି ବସନ୍ତଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଥିଲା ହେଲେ ତାଙ୍କ ପରିବାର ଲୋକଙ୍କ ମୋବାଇଲ ନମ୍ବର କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯୋଗାଯୋଗ ହୋଇପାରିନଥିଲା । ମୃତଦେହକୁ ୪ ଦିନ ହେବ ସଂରକ୍ଷିତ କରି ରଖାଯିବା ସହ ପରିବାର ଲୋକଙ୍କୁ ଖୋଜିବାକୁ ବିଏମସି ଓ ଆସିକା ବିଡିଓଙ୍କୁ କୁହାଯାଇଥିଲା ବୋଲି ମେଡିକାଲ ଅଫିସର ଡା. ଉମାଶଙ୍କର ମିଶ୍ର କହିଛନ୍ତି ।