କୁଜଙ୍ଗ : କୁଜଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ୍ ମନୋଜ କୁମାର ତ୍ରିପାଠୀଙ୍କୁ ଉଠାଇ ଆଣିଛି ପୁଲିସ। ଜିଲ୍ଲା ପରିଷଦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଇପିଏଫ୍ ଟଙ୍କାକୁ ସେମାନଙ୍କ ଆକାଉଣ୍ଟ୍ରେ ଜମା ନକରି ମନୋଜ ହଡ଼ପ କରିଥିବା ଅଭିଯୋଗ ହୋଇଛି। ପୁଲିସ ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରୁ ପ୍ରାୟ ୯ ଲକ୍ଷ ଟଙ୍କା ଆଦାୟ କରିଛି। କିନ୍ତୁ ମନୋଜ କରିଥିବା ଏହି ଠକେଇର ପରିମାଣ ୫୦ ଲକ୍ଷ ଟଙ୍କା ଟପିବ ବୋଲି କୁହାଯାଉଛି। ମନୋଜ ଏହି ଟଙ୍କାକୁ ନିଜର ଏକ ବ୍ୟାବସାୟିକ ଆକାଉଣ୍ଟରେ ଲଗାଇଥିବା ବେଳେ କିଛି ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଏଥିପାଇଁ ସନ୍ତୁଷ୍ଟ କରିଥିବା ଜଣାପଡ଼ିଛି। ମନୋଜ ୨୦୧୫ରୁ ଏଭଳି କାରବାର ଚଳାଇ ଆସିଛନ୍ତି। ୮ ବର୍ଷ ଭିତରେ କୌଣସି ଅଧିକାରୀ କିଭଳି ଏ ସଂପର୍କରେ ଜାଣି ପାରିଲେନି, ତାହା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଏଥିରେ ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ଶିକ୍ଷକଙ୍କ ଇପିଏଫ୍ ଟଙ୍କା ହଡ଼ପ; ଆକାଉଣ୍ଟାଣ୍ଟ୍ଙ୍କୁ ଉଠାଇନେଲା ପୁଲିସ
/sambad/media/post_attachments/wp-content/uploads/2023/01/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)