୭ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ଦୋକାନୀ ଅଟକ

ଖୋର୍ଦ୍ଧା: ୪ ଦିନ ପୂର୍ବେ ଖୋର୍ଦ୍ଧା ଉପକଣ୍ଠରେ ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଖୋର୍ଦ୍ଧା ଟାଉନ ଥାନା ପୁଲିସ ସମ୍ପୃକ୍ତ ଦୋକାନର ମାଲିକକୁ ଅଟକ ରଖିଛି ।
ଅଭିଯୋଗ ଅନୁସାରେ, ୨୩ ତାରିଖ ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ପୀଡ଼ିତା ନାବାଳିକା ଜଣକ ପୋଡ଼ାପୁଟର ପିକୁନ ମହାରଣା (୨୬)ର ଷ୍ଟେସନାରୀ ଦୋକାନଙ୍କୁ ଚକୋଲେଟ୍ କିଣିବାକୁ ଯାଇଥିଲେ । ଦୋକାନରେ କେହି ନଥିବା ସୁଯୋଗରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ।

ଏନେଇ ନାବାଳିକା ଜଣକ ନିଜର ଅଭିଭାବକଙ୍କୁ ଜଣାଇଥିଲେ । ତେବେ ଘଟଣାରେ ଗାଁର କେତେକ ମଧ୍ୟସ୍ଥିଙ୍କ ଜରିଆରେ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା । ଚାପରେ ପଡ଼ି ପୀଡ଼ିତାଙ୍କ ପରିବାର ସଦସ୍ୟ ମଧ୍ୟ ଥାନାରେ ତୁରନ୍ତ ଏତଲା ଦେଇପାରିନଥିଲେ । ଶେଷରେ ଗତକାଲି ସଂଧ୍ୟାରେ ଏନେଇ ପରିବାର ସଦସ୍ୟଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୁଲିସର ଏନେଇ ୬୨୭/୨୦୨୨ରେ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉୁଚୁରା କରାଯାଉଛି, ଡାକ୍ତର ପରୀକ୍ଷଣ ପରେ ନିର୍ଦ୍ଧାରିତ ଆଇନାନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ।

ସମ୍ବନ୍ଧିତ ଖବର