ଆନନ୍ଦପୁର: ଶାଳପଡ଼ା କନକମଞ୍ଜରୀ ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ରାସ୍ତାରେ ଦୁର୍ବ୍ୟବହାର କରି ଜଣେ ଯୁବକ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲା ଆନନ୍ଦପୁର ପୌରାଞ୍ଚଳ ଫକୀରପୁରର ପୁରୁଷୋତ୍ତମ ସାହୁ। ପୁରୁଷୋତ୍ତମ କଲେଜର ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲେ।

Advertisment

ଗତକାଲି ପୂର୍ବାହ୍ନରେ ଛାତ୍ରୀ ଜଣଙ୍କ କଲେଜ ଯାଉଥିବା ସମୟରେ ଆନନ୍ଦପୁର ବ୍ରିଜଛକ ନିକଟରେ ପୁରୁଷୋତ୍ତମ ତାଙ୍କୁ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଜଣଙ୍କ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରେ ପୁରୁଷୋତ୍ତମ ଫେରାର ହୋଇ ଯାଇଥିଲା। ଗତକାଲି ରାତିରେ ଯାଜପୁରରୋଡରୁ ତାକୁ ଗିରଫ କରାଯାଇଛି। କେସ୍ ନମ୍ବର ୨୮୭/୨୨ରେ ଏକ ମାମଲା ରୁଜୁ କରାଯାଇ ଆଜି ତାକୁ କୋର୍ଟଚାଲାଣ କରାଯାଇଥିବା ଆନନ୍ଦପୁର ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।