କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍ ଗୋବର୍ଦ୍ଧନ ସ୍ବସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ କୁନ୍ତଳା କୁମାରୀ ସାହୁଙ୍କୁ ସିଏଚଓ ସୁଶାନ୍ତ ଶେଖର ମହାନ୍ତ ଦୁର୍ବ୍ୟବହାର କରିଥିବା ସେ ଜିଲ୍ଲା ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୨୫ ତାରିଖରେ ସେକ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକ ଚାଲିଥିବା ସମୟରେ ହଠାତ୍ ଶ୍ରୀ ମହାନ୍ତ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। କର୍ମଚାରୀମାନେ ତାଙ୍କୁ ଆୟତ୍ତ କରିନେଇଥିଲେ। ଏଥିନେଇ ସେ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆ ନଗଲେ ସେ ଆଇନର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।