ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ

ରିଆମାଳ: ରିଆମାଳ ବ୍ଲକ ସିଆରିମାଳିଆ ପ୍ରାଥମିକ ସ୍କୁଲ୍‌ରେ ଜଣେ ଛାତ୍ରୀଙ୍କୁ ଶିକ୍ଷକ ଶୁକ୍ରବାର ଅସଦାଚରଣ କରିଥିବା ପରିଚାଳନା କମିଟି ପକ୍ଷରୁ କୁଣ୍ଢେଇଗୋଳା ଥାନା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସ୍କୁଲ୍‌ର ଶିକ୍ଷକ ସନ୍ତୋଷ ସାହୁ ଶୁକ୍ରବାର ପାଠ ପଢ଼ା ଚାଲିଥିବା ବେଳେ ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀକୁ ଅଫିସ ମଧ୍ୟକୁ ଡାକି ଡ୍ରେସ୍ ଓ ପ୍ୟାଣ୍ଟ ଖୋଲିବାକୁ କହି ଅସଦାଚରଣ କରିଥିଲେ। ଏପରିକି ଏ ସଂପର୍କରେ ଘରେ ଜଣାଇଲେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ।

ଏ ବାବଦରେ ଛାତ୍ରୀ ଜଣକ ଘରେ କହିବା ସହ ପାଠ ପଢିବାକୁ ଆସିବାକୁ ମନା କରିଥିଲା। ପରିବାର ଲୋକେ ଏନେଇ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିକୁ ଜଣାଇଥିଲେ। ପରିଚାଳନା କମିଟି ସଭାପତି ଓ ଖିଲେଇ ପଞ୍ଚାୟତର ସମିତି ସଭ୍ୟ ଏ ବାବଦରେ ଏକ ବୈଠକ କରି ଶିକ୍ଷକକୁ ଯଥା ଶୀଘ୍ର ବହିଷ୍କୃତ କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି। ଏ ବାବଦରେ ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ସିଂହଙ୍କୁ ପଚାରିବାରେ, ଅଭିଯୋଗ ସେ ପାଇଛନ୍ତି ଓ ତା’ର ତଦନ୍ତ କରୁଛନ୍ତି। ଅଭିଯୋଗ ସତ ପ୍ରମାଣିତ ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର