ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

ତୁଷୁରା : ଗୁଡ଼ଭେଲା ବ୍ଲକ୍‌ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିବା ବିଷୟରେ ତୁଷରା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତ ଗୁଡ଼ଭେଲା ବ୍ଲକ୍‌ ବିରାମୁଣ୍ଡା ଗାଁର ମକରନ୍ଦ ନନ୍ଦ ଫେରାର ହୋଇଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ମକରନ୍ଦ ଉକ୍ତ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ସ୍ଥାପନ କରି ନିଜ ଘରକୁ ଡାକିଥିଲା। ସେଠାରେ ସେ ଦୁଷ୍କର୍ମ ଉଦ୍ୟମ କରିବାରୁ ଯୁବତୀ ବିରୋଧ କରିଥିଲେ। ହେଲେ ବିବାହର ପ୍ରତିଶ୍ରୁତି ଦେଇ ମକରନ୍ଦ ଉକ୍ତ ଯୁବତୀଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିଥିଲା। କିନ୍ତୁ ଆଗକୁ ଆଉ ମକରନ୍ଦ ଧରାଛୁଆଁ ନଦେଇ ଫେରାର ହୋଇଥିଯାଇଥିଲା। କୌଣସି ଉପାୟ ନ ପାଇ ଯୁବତୀଙ୍କ ପରିବାର ଲୋକେ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ତୁଷୁରା ଥାନା ପୁଲିସ କେସ୍‌ ନଂ ୧୯/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର