ସମ୍ବଲପୁର: ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହଣର କରି ଦୁଷ୍କର୍ମ କରିବା ଘଟଣା ସମ୍ବଲପୁରରେ ଚାଞ୍ଚଲ୍ୟ ଖେଳାଇଛି। ୧୪ ବର୍ଷର ନାବାଳକ ଜଣଖ ତାଙ୍କ ମାମୁ ଘରକୁ ଯାଉଛି ବୋଲି କହି ଘରୁ ଆଶିଥିବା ବେଳେ ତାଙ୍କୁ ୪ ଜଣ ଯୁବକ ଅପହରଣ କରି ନେଇଯାଇଥିଲେ। ୨ ଦିନ ପରେ ନାବାଳିକାଙ୍କୁ ଗାଁରେ ଛାଡି ଦେଇଥିଲେ। ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ପରିବାର ଲୋକେ ଜାଣିବା ପରେ ଡିସେମ୍ବର ୨୨ ତାରିଖ ଦିନ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ, ଡିସେମ୍ବର ୧୮ ତାରିଖ ଦିନ ନାବାଳିକା ତାଙ୍କ ମାମୁ ଘରକୁ ଯିବାକୁ ବାହାରିଥିଲେ। ଗାଁ ଛକ ନିକଟରୁ ୪ ଜଣ ଯୁବକ ତାଙ୍କୁ ପ୍ରଲୋଭନ ଦେଖାଇ ବାଇକ୍ରେ ନେଇଯାଇଥିଲେ। ନାବାଳିକାଙ୍କୁ ଅପହରଣ କରି ନେଇ କୌଣସି ଏକ ସ୍ଥାନରେ ରଖିଲେ। ସେଠାରେ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା। ୨ ଦିନ ପରେ ୨୦ ତାରିଖ ଦିନ ନାବାଳିକାଙ୍କୁ ତାଙ୍କ ଗାଁରେ ଛାଡ଼ି ଦେଇ ଯୁବକମାନେ ଫେରାର୍ ହୋଇଯାଇଥିଲେ। ଏ ନେଇ ନାବାଳିକା ଜଣକ ଭୟରେ ପରିବାର ଲୋକଙ୍କୁ ପ୍ରଥମେ ଜଣାଇ ନଥିଲେ। ନିରବ ହୋଇ ରହୁଥିବା ଦେଖି ପରିବାର ଲୋକେ ପଚାରିବାରୁ ସେ ସବୁ ଘଟଣା ବିଷୟରେ ଜଣାଇଥିଲେ। ତାପରେ ୨୨ ତାରିଖ ଦିନ ପରିବାର ଲୋକେ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଅଇଁଲାପସିର ରାଜିନ୍ଦ୍ର ଭତ୍ରା(୧୮), ବିକ୍ରମ ପଟେଲ୍(୩୦), ଖୁଟମୁଣ୍ଡାର ଆକାଶ ମୁଣ୍ଡା(୧୮) ଓ ଦୀପକ ମରେଇ(୧୯)। ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।