ଅସ୍ତରଙ୍ଗ : ରକ୍ତ ସମ୍ପର୍କରେ କଳଙ୍କର ଛିଟା! ଜଣେ ସମ୍ପର୍କୀୟ ଭାଇ ନିଜର ଦୃଷ୍ଟିହୀନା ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଛି। ଏଥିରେ ଆଉ ୩ଜଣ ସହଯୋଗ କରିଛନ୍ତି। ଅଭିଯୁକ୍ତ ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଏହିଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି।
ଗତ ଦେଢ଼ମାସ ତଳେ ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ, ନାବାଳିକା ଜଣକ ଟିଭିରେ ଦେଉଥିବା ଏକ କାର୍ଯ୍ୟକ୍ରମ ଶୁଣିବାକୁ ନିଜ ସାନ ଭଉଣୀ ସହିତ ବଡ଼ବାପାଙ୍କ ଘରକୁ ଯାଇଥିଲା। ସାନ ଭଉଣୀ ଆଗେ ପଳାଇ ଆସିବାରୁ ସେ ଏକ ଆସୁଥିଲେ। ଏହିସମୟରେ ତାଙ୍କ ମଝିଆ ବଡ଼ବାପାଙ୍କ ପୁଅ ମିଛ କଥା କହି ସାଙ୍ଗରେ ଡାକିନେଇଥିଲା। ନାବାଳିକାଙ୍କ ପାଟିରେ କପଡ଼ା ବାନ୍ଧି ଦୁଷ୍କର୍ମ କରିଥିଲା। ତା’ର ଅନ୍ୟ ୩ ଜଣ ସାଙ୍ଗ ସେଠାରେ ଉପସ୍ଥିତ ରହି ଏହି ସମୟର ଫଟୋ ଉଠାଇଥିଲେ ଓ ଭିଡିଓ କରିଥିଲେ । ଏହି ଘଟଣାର କିଛିଦିନ ପରେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏଥିରୁ ସେ ବର୍ତ୍ତି ଯାଇଥିଲା। ହେଲେ, ସେ ଏକ ପାପ କାମ କରିଥିବା ଏବଂ ଏଥିରେ ଅନ୍ୟ ୩ ଜଣ ସମ୍ପୃକ୍ତ ଥିବା କହିଥିଲା। ଏହାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।
ଘଟଣାର ଦୀର୍ଘଦିନ ପରେ ନାବାଳିକାଙ୍କ ମା’ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଭିତ୍ତିରେ ନାବାଳିକାଙ୍କର ଡାକ୍ତରୀମାଇନା କରିଥିବା ବେଳେ ଅଭିଯୁକ୍ତ ଭାଇକୁ ଅଟକ ରଖିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପଞ୍ଚାନନ ପରିଡ଼ାକହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/rape.jpg)