ହରିଚନ୍ଦନପୁର : ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବାରୁ ନାବାଳିକାଙ୍କୁ ୨୫ ଫୁଟ ତଳକୁ ଠେଲି ହତ୍ୟାକଲା। ଏହାପରେ ଶବ ସହ ଦୁଷ୍କର୍ମ କରିବା ପରେ ପରିଚୟ ଲୁଚାଇବାକୁ ମୁହଁରେ ପଥର ଛେଚିଲା। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଯୁବକକୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଆନନ୍ଦପୁର ପୌରାଞ୍ଚଳ ୧୪ ନମ୍ବର ୱାର୍ଡ ଘସିପୁରାର ପୁପୁନ ପାତ୍ର (୨୬)।

Advertisment

ହରିଚନ୍ଦନପୁର ଥାନା ଏସ୍‌ଆଇ ସୁରେଶ କୁମାର ମାଝୀଙ୍କ ସୂଚନା ଅନୁସାରେ, ଘସିପୁରା ମୁରାବାଲି ଅଞ୍ଚଳର ଦୁଇଭଉଣୀ ତାମିଲନାଡ଼ୁର ଏକ ସୂତାକଳରେ କାମ କରନ୍ତି। ଗତ ୧୭ରେ ସାନଭଉଣୀ ଗାଁକୁ ଫେରିଥିଲେ। ଆନନ୍ଦପୁର ଡାକ୍ତରଖାନା ନିକଟରେ ବାପାଙ୍କ ସହ ତାଙ୍କର ସାକ୍ଷାତ ବେଳେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ପୁପୁନ ସେଠାରେ ପହଞ୍ଚିଥିଲା। ରଶ୍ମିତା ଘରକୁ ଯିବା ପରିବର୍ତ୍ତେ ମାମୁଘର ହରିଚନ୍ଦନପୁର ଥାନା ଶଙ୍କରପୁର ଗ୍ରାମରେ ଛାଡ଼ିଦେବାକୁ ପୁପୁନକୁ କହିଥିଲା। ସେ ହରିଚନ୍ଦନପୁର ବଜାର ପରିବର୍ତ୍ତେ ବାଇପାସ୍‌ ରାସ୍ତାରେ ଯିବାରୁ ରଶ୍ମିତା ପ୍ରତିବାଦ କରିଥିଲେ। ବାଇପାସ୍‌ ରାସ୍ତାର ମୁଷଳ ନଦୀ ପୂର୍ବରୁ ଥିବା ଆପ୍ରୋଚ ରାସ୍ତାକଡ଼ରେ ପୁପୁନ ବାଇକ୍‌ ରଖି ରଶ୍ମିତାଙ୍କ ସହ ଶାରୀରିକ ସମ୍ପର୍କରେ ରଖିବାକୁ ଉଦ୍ୟମ କରିଥିଲା। ଏହାକୁ ରଶ୍ମିତା ବିରୋଧ କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ପୁପୁନ ରଶ୍ମିତାଙ୍କୁ ରାସ୍ତାରୁ ୨୫ ଫୁଟ ତଳକୁ ଠେଲି ଦେଇଥିଲା। ରଶ୍ମିତା ଖସି ପଡ଼ିବା ପରେ ପୁପୁନ ତାଙ୍କୁ ଦୁଷ୍କର୍ମ କରିଥିଲେ। କାଳେ ରଶ୍ମିତା ବଞ୍ଚିଥିବ ଭାବି ଓଢ଼ଣିରେ ବେକକୁ ଚିପି ଦେଇଥିଲା। ମୃତଦେହକୁ ବିକୃତ କରିବା ପାଇଁ ରଶ୍ମିତାଙ୍କ ମୁହଁରେ ପଥରେ ଛେଚି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ପୁଲିସ ତଦନ୍ତ ପରେ ଯୁବତୀଙ୍କ ପରିଚୟ ମିଳିଥିଲା। ଆଜି ପୁଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ଅପରାଧର ପୁନଃଦୃଶ୍ୟାୟନ ପରେ କୋର୍ଟଚାଲାଣ କରିଛି।