ଦଶରଥପୁର : ଜଣେ ଚାଷୀଙ୍କ ଖଳାରେ ଥିବା ଧାନଗଦାକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଏପରି ଅଭିଯୋଗ ହୋଇଛି ଦଶରଥପୁର ବ୍ଲକ୍ ବିରିପଟା ପଞ୍ଚାୟତରେ। ଏହି ପଞ୍ଚାୟତ ବିରିପଟା ଗ୍ରାମର ମହନୀ ସାମଲଙ୍କ ପୁଅ ପ୍ରଶାନ୍ତଙ୍କ ଧାନ ଗଦାକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି। ଧାନଗଦାରେ ଥିବା ୪୫ ରୁ ୫୦ ପଣ କଚଡ଼ା ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଧାନଗଦାରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2022/01/f07821ad-9ca1-49b8-ba39-99d1cba32519.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)