ତିର୍ତ୍ତୋଲରେ ପୁଲିସ ଗାଡ଼ି ଭଙ୍ଗାରୁଜା, ଫାଣ୍ଡି ଅଧିକାରୀଙ୍କ ଗାଡ଼ିକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଜଗତସିଂହପୁର : କୋଭିଡ୍ ଆଇନକୁ ନ ମାନି ସମୂହ ନମାଜ ପାଠ କରାଯାଉଥିବା ସମୟରେ ପୁଲିସ ହସ୍ତକ୍ଷେପ କରିବାରୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀଙ୍କ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ସ୍ଥାନୀୟ ଆଖୁନ୍ ମହଲା ମସଜିଦରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ସାମୁହିକ ନମାଜ ପାଠ କରାଯାଉଥିଲା। ସାମାଜିକ ଦୂରତା ଆଇନ ଓ କୋଭିଡ୍ କଟକଣା ଭଙ୍ଗ ହେଉଥିବାରୁ ଏହାକୁ ବିରୋଧ କରି ଫାଣ୍ଡି ଅଧିକାରୀ ନମାଜ ପାଠ ବନ୍ଦ କରାଇଥିଲେ। ଏହାପରେ ସଂଘବଦ୍ଧ ଭାବେ ଶତାଧିକ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକ  କ୍ରିଷ୍ଣାନନ୍ଦପୁର  ଫାଣ୍ଡିରେ ପହଞ୍ଚି ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକଙ୍କ ବ୍ୟକ୍ତିଗତ ଗାଡିରେ ନିଆଁ ଲଗାଇବା ସହ ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ ବୋଲି ଖବର ମିଳିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ  ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ଜଗତସିଂହପୁର ଏସପି ପ୍ରକାଶ ରଙ୍ଗରାଜ କ୍ରିଷ୍ଣାନନ୍ଦପୁର ଫାଣ୍ଡିରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର