ବାଇକ୍ ଡିକିରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଗରଦପୁର : ନିଜ ଦୋକାନ ଘର ଆଗରେ ବାଇକ୍ ରଖି ଠାକୁର ପୂଜା ପାଇଁ ପାଣି ଆଣିବାକୁ ଯାଇଥିଲେ ଗହଣା ବ୍ୟବସାୟୀ। ହେଲେ ତାହାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କ ବାଇକ୍ ଡିକିରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନାରୁପା ଅଳଙ୍କାର ଲୁଟି ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନାରେ ଏ ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ପାଟକୁରା ଥାନା ଅର୍ନ୍ତଗତ ପାଖଡ ଗ୍ରାମର ନୃସିଂହ ଚରଣ ସାହୁ (୨୬)ଙ୍କର ଶୀତଳପାଟଣା ଛକରେ ଏକ ଅଳଙ୍କାର ଓ କଂସାବାସନ ଷ୍ଟୋର ରହିଛି। ନୃସିଂହ ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ଘରୁ ଏକ ବାଇକ୍‌ରେ ଦୋକାନକୁ ଯାଇଥିଲେ। ଦୋକାନ ଘର ଆଗରେ ବାଇକ୍ ରଖି ଦୋକାନ ଖୋଲିବା ପରେ ନିକଟସ୍ଥ ଏକ ନଳକୂପରୁ ପାଣି ଆଣି ଠାକୁର ପୂଜା କରିବା ପାଇଁ ଯାଇଥିବାବେଳେ ତାଙ୍କ ବାଇକ୍ ଡିକିକୁ ଖୋଲି ଦୁର୍ବୃତ୍ତ ଡିକିରେ ରହିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର