ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଅଁଳା ପଞ୍ଚାୟତର ବଡଗୁମା ଛକ ନିକଟରେ ଥିବା ସପନ କୁମାର ଶାନ୍ତରାଙ୍କ ବାସଗୃହ ସହିତ ରାସ୍ତାକୁ ଲାଗି ସାଇରାମ ଔଷଧ ଦୋକାନରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସପନ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।
ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ପ୍ରଥମେ ହେଲମେଟ ପିନ୍ଧି ଆସି ତାଙ୍କ ଦୋକାନ ସମ୍ମୁଖରେ ଥିବା ସାଇନ ବୋର୍ଡକୁ ଭାଙ୍ଗିଥିଲେ ଓ ଦୋକାନ ସମ୍ମୁଖରେ ଥିବା ଥଣ୍ଡା କ୍ୟାରେଟ ସବୁକୁ ନେଇ କେନାଲରେ ଫିଙ୍ଗି ଦେଇ ଘଟଣା ସ୍ଥଳରୁ ପଳେଇ ଯାଇଥିଲେ।
ହେଲେ କିଛି ସମୟ ପରେ ପୁଣି ଉଲଗ୍ନ ହୋଇ ମୁହଁରେ ଗାମୁଛା ଗୁଡେଇ ସେଠାକୁ ଆସିଥିଲେ ଓ ବାରଣ୍ଡାରେ ଛିଡା ହୋଇଥିବା ସପନଙ୍କ ବାଇକରେ ନିଆଁ ଲଗେଇ ଚମ୍ପଟ ମାରିଥିଲେ।
ସପନଙ୍କ ବାଇକ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ତେବେ ଏସବୁ ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଲିଖିତ ଅଭିଯୋଗ ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Mayurbhanj | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/01/miscreants-set-fire-to-shop-while-naked-cctv-camera-captures-the-act-2025-07-01-13-01-17.jpeg)