ରାଉରକେଲା: ସେକ୍ଟର-୫ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ ଶର୍ମାଙ୍କ କାର୍କୁ ଦୁର୍ବୃତ୍ତ ପେଟ୍ରୋଲି ଢ଼ାଳି ପୋଡ଼ିଦେଇଛନ୍ତି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ପୋଡ଼ିଲା ତାହା ଅସ୍ପଷ୍ଟ। ଏନେଇ ସେକ୍ଟର-୭ ଥାନାରେ ଏତଲା ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ସେକ୍ଟର-୫, କ୍ବାର୍ଟର ନଂ ଡି-୩୬ରେ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶର୍ମା ସପରିବାର ବାସ କରନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ କ୍ବାର୍ଟର ସମ୍ମୁଖରେ ନିଜର କାର୍(ଓଡି-୧୪-ଇ-୭୫୯୩)କୁ ରଖିଥିଲେ। ଆଜି ଭୋର୍ ପ୍ରାୟ ୪ଟା ସମୟରେ ଘର ସମ୍ମୁଖରେ ପ୍ରବଳ ଶବ୍ଦ ହୋଇଥିଲା। ଏହା ଶୁଣି ଶ୍ରୀ ଶର୍ମା ଘରୁ ବାହାରିବାବେଳକୁ କାର୍ ହୁଃ ହୁଃ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। କେହି ଦୁର୍ବୃତ୍ତ କାର୍ର ଚାରୋଟି ଚକ ଓ ଇଞ୍ଜିନରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଦେଇଥିଲେ। ସିସିଟିଭିରେ ଜଣେ ଦୁର୍ବୃତ୍ତ ଦୌଡ଼ି ପଳାଉଥିବାର ଦୃଶ୍ୟ କଏଦ୍ ହୋଇଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp