ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ!

କୁଳିଅଣା: କୁଳିଅଣା ବ୍ଲକ୍‌ ଅଞ୍ଚଳର ଜନୈକା ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବାରିପଦା ସଦର ଥାନା ଇନ୍ଦୁପାହି ଗ୍ରାମର କ୍ଲିଟନ ବେହେରାଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁଯାୟୀ; ଏକ ଆଟିଆଇରେ ପଢ଼ୁଥିବା ଉକ୍ତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ରଖିଥିଲେ କ୍ଲିଟନ।

ତେବେ ଗତମାସରେ ଯୁବତୀଙ୍କୁ ଏକ ବୋଲେରୋ ଗାଡ଼ିରେ ଅପହରଣ କରିନେଇ କୌଣସି ଅଜଣା ସ୍ଥାନରେ ‌ରଖି ଦୁଷ୍କର୍ମ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରି ପୀଡ଼ିତାଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରିଥିଲା। ଗତକାଲି ପୀଡ଼ିତା ଜଣକ ତାଙ୍କ ବାପାଙ୍କ ସହିତ ଆସି କୁଳିଅଣା ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନଂ ୮୮/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ କ୍ଲିଟନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର