କରଞ୍ଜିଆ ଗୋଲେଇ: ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ ସହ ସଂପୃକ୍ତି ଥିବା ନେଇ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ସୂଚନା ପ୍ରସାର ହେବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି କରଞ୍ଜିଆ ଏନ୍ଏସିର ପୂର୍ବତନ ଉପନଗରପାଳ ଗିରିଧାରୀ ପୃଷ୍ଟି। ଅର୍ଚ୍ଚନା ମାମଲାରେ ପାରାଦୀପର ପ୍ରତିଷ୍ଠିତ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କ ସଂପୃକ୍ତିକୁ ନେଇ ସଂପ୍ରତି ଇଡି ଖୋଳତାଡ଼ କରୁଛି।
ଏଭଳି ସମୟରେ ଅମୀୟକାନ୍ତଙ୍କ ଫଟୋକୁ କାଟି ସେଠାରେ ତାଙ୍କ ଫଟୋକୁ ଯୋଡ଼ି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରାଯାଉଥିବା ଅଭିଯୋଗ କରିଛନ୍ତି ଶ୍ରୀ ପୃଷ୍ଟି। ତାଙ୍କ ଅଭିଯୋଗ ଆଧାରରେ କରଞ୍ଜିଆ ଥାନା କେସ୍ ନଂ ୩୨୯/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/51-9.jpg)