ମିସ୍‌ ଆଣ୍ଡ ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତା : ‘ସମ୍ବଲପୁରର ଆରାଧାନା ମିସେସ୍‌ ଫଟୋଜେନିକ’

ସମ୍ବଲପୁର : ଜାତୀୟ ଓ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସମ୍ବଲପୁର ଝିଅମାନଙ୍କ ସଫଳତାର ଧାରା ଜାରି ରହିଛି। ଏହି ଧାରାରେ ଯୋଡ଼ି ହୋଇଛି ଆଉ ଏକ ନାମ। ହୀରାକୁଦର ଆରାଧନା ମିଶ୍ର ଉତ୍ତରାଖଣ୍ଡର ହଲଦ୍ବାନିରେ ଅନୁଷ୍ଠିତ ମିସ୍‌ ଆଣ୍ଡ ମିସେସ୍‌ ଇଣ୍ଡିଆ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ‘ମିସେସ୍‌ ଫଟୋଜେନିକ’ ବିବେଚିତ ହୋଇଛନ୍ତି।

୩୦ଟି ରାଜ୍ୟରୁ ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ଏହି ପ୍ରତିଯୋଗିତାରେ ଆରାଧନା ନିଜ ଆକର୍ଷଣୀୟ ବ୍ୟକ୍ତିତ୍ବ ବଳରେ ମିସେସ୍‌ ଫଟୋଜେନିକ ଟାଇଟଲ ହାସଲ କରିଛନ୍ତି। ୨ଟି ସନ୍ତାନର ଜନନୀ ଆରାଧନା ନିଜ ସ୍ବାମୀ ହିମାଂଶୁ କୁମାର ଦାଶଙ୍କୁ ଏହି ସଫଳତାର ସମସ୍ତ ଶ୍ରେୟ ଦେଇଛନ୍ତି। ତାଙ୍କ ସମର୍ଥନ ଓ ପ୍ରେରଣା ଯୋଗୁଁ ଜଣେ ଗୃହିଣୀ ହୋଇ ବି ସେ ଏଭଳି ଜାତୀୟସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସଫଳ ହେଲେ ବୋଲି ଆରାଧନା କହିଛନ୍ତି। ଅସ୍ତିତ୍ବ ଇଣ୍ଟରନେସନାଲ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ଏହାର ପ୍ରତିଷ୍ଠାତା ନିର୍ଦ୍ଦେଶିକା ଅର୍ଚ୍ଚନା ଉନିୟାଲ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର