ରାଉରକେଲା: ସଫଳତା ହାସଲ କରିଛନ୍ତି ରାଉରକେଲାର ଝିଅ ଡି. ପୂଜା। ଭୁବନେଶ୍ବରରେ ଆୟୋଜିତ ମିସ୍ ଗ୍ଲୋରି ଅଫ୍ ଇଣ୍ଡିଆ -୨୦୨୨ ମୁକୁଟ ପିନ୍ଧିଛନ୍ତି ସେ। ଏଥିସହ ଶ୍ରେଷ୍ଠ ରାମ୍ପୱାକ୍ ଓ ବେଷ୍ଟ ପର୍ସନସାଲିଟିରେ ନିଜର ଜଲୱା ଦେଖାଇ ପୁରସ୍କୃତ ହୋଇଛନ୍ତି। ଏଥିସହ ସେ ମିସ୍ ଆଣ୍ଡ ମିଷ୍ଟର କଳିଙ୍ଗରେ ଫାଷ୍ଟ ରନର୍ସ ଅଫ୍, ମିସ୍ ତାଇରା ଓଡ଼ିଶାରେ ଆଉ ଏକ ବିଜୟ ମୁକୁଟ ହାସଲ କରିଛନ୍ତି। ଡି. ପୂଜାଙ୍କ ପିତା ଡି. ସିମାଦ୍ରୀ ବାବୁ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ଜଣେ କର୍ମଚାରୀ। ମା’ ଡି. ପଦ୍ମିନୀ ଗୃହିଣୀ। ସେକ୍ଟର-୪ ସ୍ଥ ଏ-୧୨ରେ ରହନ୍ତି। ଡି.ପୂଜା ସେକ୍ଟର-୧୪ସ୍ଥ ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢ଼ୁଛନ୍ତି। ତାଙ୍କର ଗୁରୁ ହେଉଛନ୍ତି ଲୀନା ବିଶ୍ବାଳ। ଆଗାମୀ ଦିନରେ ରାଉରକେଲାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଡି. ପୂଜାଙ୍କୁ ମିସ୍ ଗ୍ଲୋରି ଅଫ୍ ଇଣ୍ଡିଆ ମୁକୁଟ
/sambad/media/post_attachments/wp-content/uploads/2022/06/dd1af702-1826-4ddf-a4ea-4152402c9e2c.jpg)