ବଲାଙ୍ଗୀର : ବଲାଙ୍ଗୀର ପୌର ନିର୍ବାଚନ ପାଇଁ ବିଜେପିର ପ୍ରଚାରରେ ଗୁରୁବାର ଦିନ ସେଲିବ୍ରିଟି ସାମିଲ ହୋଇଛନ୍ତି। ମିସ୍ ଇଣ୍ଡିଆ ପ୍ରତ୍ୟାଶା ଆରୋରା ବିଜେପିର ଏକ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ରୋଡ ସୋରେ ସେ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ସବିତା ବାର୍ଲାଙ୍କ ପାଇଁ ପ୍ରଚାର କରିଛନ୍ତି। ବିଜେପିକୁ ଲୋକେ ଭୋଟ ଦେବାକୁ ସେ କହିବା ସହ ବଲାଙ୍ଗୀରରେ ଏଭଳି କାର୍ଯ୍ୟକ୍ରମରେ ଯୋଗଦେଇ ଖୁସିଥିବା ସେ କହିଛନ୍ତି। ଭାରତବର୍ଷରେ ବିଜେପି ବିକାଶ ଦିଗରେ କାମ କରୁଛି। ଏଣୁ ସମସ୍ତେ ବିଜେପିକୁ ସମର୍ଥନ ଦେବାକୁ ସେ କହିଛନ୍ତି।
ବିଜେପି ପ୍ରଚାରରେ ମିସ୍ ଇଣ୍ଡିଆ ପ୍ରତ୍ୟାଶା
/sambad/media/post_attachments/wp-content/uploads/2022/03/18320e31-a225-4394-8a7b-55d56f8f53eb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)