ମମିତା ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ, ଡିସେମ୍ବର ୩ରେ ପରବର୍ତ୍ତୀ ଶୁଣାଣି

ମମିତା ରାୟପୁର ଯାଇ ନାହାନ୍ତି: ମମିତାଙ୍କ ବାପା

କଟକ: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ନେଇ ପରିବାର ପକ୍ଷରୁ ମାମଲା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି। ତଦନ୍ତ କେତେ ଦୂର ଆଗେଇଛି, ସେ ନେଇ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ଆଗାମୀ ଡିସେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ତ୍ବରିତ ଶୁଣାଣି ଓ ଫାଷ୍ଟଟ୍ରାକ୍‌ ବିଚାର ପାଇଁ ଅପିଲ ରଖିଥିଲେ ପରିବାର ଲୋକେ।

ଏହା ପୂର୍ବରୁ ମମିତାଙ୍କ ପିତା ହାଇକୋର୍ଟରେ ଆବେଦନ କରିଛନ୍ତି। ତାଙ୍କ ପରିବାରର ଗୋପନୀୟତା ଅଧିକାର ରକ୍ଷା କରାଯାଉ। ତଦନ୍ତ ସରି ନଥିବାରୁ ଚାଞ୍ଚଲ୍ୟକର ତଥ୍ୟ ମିଡିଆରେ ପ୍ରକାଶ ପାଉଛି। ମିଡିଆ ଓ ରାଜନୈତିକ ଦଳମାନେ ମମିତାଙ୍କ ଚରିତ୍ର ସଂହାର କରୁଛନ୍ତି।  ପରିବାରର ସମ୍ମାନହାନୀ ଓ  କ୍ଷତିକୁ କେହି ବୁଝିାହାନ୍ତି। ଗୋବିନ୍ଦ ସାହୁ ଅପରାଧର ସ୍ବୀକାର କରିଥିବା ଆମ ନଜରକୁ ଆସିଛି। ଗୋବିନ୍ଦ ସାହୁ ଅପରାଧର ବର୍ଣ୍ଣନା କ୍ରମ ମଧ୍ୟ ପ୍ରକାଶ କରିଛି। ରାୟପୁର କଥା ଉଠାଇ ଆମର ସମ୍ମାନ କଥା ଉଠାଯାଉଛି। ରାଜନୈତିକ ଦଳମାନେ ଏହାକୁ ରାଜନୈତିକ ପ୍ରସଙ୍ଗ କରୁଛନ୍ତି। ମମିତାଙ୍କ ବିଷୟରେ ଅତି ଖରାପ କଥା ପ୍ରଘଟ କରାଯାଉଛି। ମମିତା ରାୟପୁର ଯାଇ ନାହାନ୍ତି। ରାୟପୁର କଥା ଉଠାଇ ଆମ ପରିବାରର ସମ୍ମାନ ହାନୀ କରାଯାଉଛି। ମିଡ଼ିଆ ରିପୋର୍ଟ ପରିବାରର ମାନସିକ ଚାପ ବଢ଼ାଉଛି ।

ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ୍ ହୋଇଛି । ଭାରତ ବିକାଶ ପରିଷଦ ପକ୍ଷରୁ ଏହା ଆବେଦନ କରାଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସନ୍‌ସାଇନ୍‌ ସ୍କୁଲକୁ ଯାଉଥିଲେ ଓ ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ବୋଲି ମମିତାଙ୍କ ବାପା ପୂର୍ବରୁ ଅଭିଯୋଗ ଆଣିଥିଲେ ବୋଲି ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ ।

ମମିତାଙ୍କ ମୋବାଇଲ ଓ ଲାପଟପରେ ସେସବୁର ତଥ୍ୟ ରହିଥିଲା । କିନ୍ତୁ ଏହି ସବୁ ସାମଗ୍ରୀକୁ ଆଜି ପର୍ଯ୍ୟନ୍ତ ରିକଭରୀ କରାଯାଇନାହିଁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କଲ ଡିଟେଲ୍ସର ଯାଂଚ କରାଯାଇ ନାହିଁ । ବରଂ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୁଲିସ ଜାଣି ଶୁଣି ତଦନ୍ତକୁ ବାଟ ବଣା କରୁଛନ୍ତି । ଦୋଷୀଙ୍କୁ ସୁହାଇବା ଭଳି ତଥ୍ୟ ଦେଉଛନ୍ତି । ତେଣୁ ଡିଆଇଜି ଓ ଏସପିଙ୍କ ବିରୋଧରେ ୧୨୦ ବି ଧାରା ଲାଗୁ କରିବାକୁ ନିବେଦନ କରିଛନ୍ତି । ଏସପି ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟରେ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର