ଉଲୁଣ୍ଡା: ଉଲୁଣ୍ଡା ବ୍ଲକ ଅଇଲାଛାଟ ଗ୍ରାମରେ ଶୁକ୍ରବାରଠାରୁ ନିଖୋଜ ୨ ମାସ ୭ ଦିନର ଶିଶୁପୁତ୍ରର ମୃତଦେହ ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଏକ କୂଅରୁ ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ ଯେ ଗ୍ରାମର ଜଣେ ମହିଳା ଛୁଆକୁ ଧରି ଘରୁ ଫେରାର ହୋଇ ଏକ କୂଅରେ ଫିଙ୍ଗି ଦେଇଥିଲା। ଶନିବାର ଉଲୁଣ୍ଡା ଥାନା ଆଇଆଇସି ଚନ୍ଦ୍ର ମୋହନ ସିଂହଙ୍କ ଉପସ୍ଥିତରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁପୁତ୍ରକୁ କୂଅରୁ ଉଦ୍ଧାର କରିଥିଲେ। ଶିଶୁ ଶବକୁ ପୁଲିସ ଜବତ କରି ସୋନପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/dead.jpg)