ବୈଶିଙ୍ଗା: ଜଳାଶୟରୁ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର । ଧାନକ୍ଷେତରେ ସାର ସିଞ୍ଚନ କରିବା ପରେ ଘରକୁ ଫେରି ପାଖ ଜଳାଶୟକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ, ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରି ନଥିଲେ । ସୋମବାର ସକାଳେ ଘରପାଖ ଜଳାଶୟରୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଛି ।
ବେତନଟୀ ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ବ୍ୟକ୍ତି ଜଣକ ରେଣୁଗାଁ ଗ୍ରାମର ୬୦ ବର୍ଷୀୟ ଲକ୍ଷ୍ମୀଧର ମହାନ୍ତ।
ସୂଚନା ମୁତାବକ, ଲକ୍ଷ୍ମୀଧର ରବିବାର ଧାନକ୍ଷେତକୁ ସାର ସିଞ୍ଚନ କରିବାକୁ ଯାଇଥିଲେ । ଅପରାହ୍ନରେ ଘରକୁ ଫେରିବା ପରେ ଗାଧୋଇବାକୁ ବାହାରି ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ଘରଲୋକେ ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିପାରି ନଥିଲା ।
ବିଳମ୍ୱିତ ରାତି ପର୍ଯ୍ୟନ୍ତ ମଧ୍ୟ ସେ ଘରକୁ ଫେରି ନଥିଲେ । ସୋମବାର ସକାଳେ ଲକ୍ଷ୍ମୀଧରଙ୍କ ମୃତଦେହ ଘରପାଖ ଜଳାଶୟରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତଦେହ ଉଦ୍ଧାର କରିବା ପରେ ବେତନଟୀ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/14/missing-farmers-body-recovered-from-pond-he-drowned-while-going-for-a-swim-2025-07-14-20-02-35.jpg)