ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି ହଜିବା ପ୍ରସଙ୍ଗ ଏବଂ ଶ୍ରୀ ଜଗନ୍ନାଥଙ୍କ ୧୩୦୦ଏକର ଜମିକୁ ବେଦାନ୍ତକୁ ଦେବା ମାମଲାର ସିବିଆଇ ତଦନ୍ତ ପାଇଁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି। ଜଷ୍ଟିସ୍ ଏ.କେ ସିକ୍ରି ଏବଂ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେ ଏନେଇ ହାଇକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୁଅନ୍ତୁ। ସୂଚନାଯୋଗ୍ୟ ଯେ, ଇଣ୍ଟରକଣ୍ଟିନେଣ୍ଟାଲ ଆସୋସିଏସନ୍ ଅଫ୍ ଲୟର୍ସର ଅଧ୍ୟକ୍ଷ ଆଇନଜୀବୀ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଏହି ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଆବେଦନକାରୀ ନିଜେ ଏହି ମାମଲାକୁ ଉପସ୍ଥାପନ କରିଥିଲେ।
ରତ୍ନଭଣ୍ଡାର ଚାବି ହଜିବା ଓ ବେଦାନ୍ତ ପ୍ରସଙ୍ଗ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ହାଇକୋର୍ଟଙ୍କ ପରାମର୍ଶ
/sambad/media/post_attachments/wp-content/uploads/2018/07/sc-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)