ବୌଦ୍ଧ: ତାମିଲନାଡୁର କୋଏମ୍ବାଟୁରରୁ ଫେରୁଥିବା ଜଣେ ପ୍ରବାସୀ ଶ୍ରମିକ ଟ୍ରେନରୁ କେଉଁଆଡ଼େ ନିଖୋଜ ହୋଇ ଯାଇଛନ୍ତି। ସାଙ୍ଗରେ ଥିବା ଭଣଜାଙ୍କ ପାଖରୁ ସୂଚନା ପାଇ ଶ୍ରମିକଙ୍କ ପତ୍ନୀ ସ୍ବାମୀଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ବୌଦ୍ଧ ଥାନା ଗୁଢ଼ିଆଲି ଗ୍ରାମର ଉସତ କହଁର ତାମିଲନାଡ଼ୁର ଏକ କମ୍ପାନିରେ କାମ କରୁଥିଲେ। ସମ୍ପର୍କୀୟ ଭଣଜା ଆମ୍ବଝରୀ ପଞ୍ଚାୟତ ଖଜୁରିପଡ଼ା ଗ୍ରାମର ସରୋଜ ଝାଙ୍କରଙ୍କ ସହ ଏକାଠି ରହୁଥିଲେ। ଘରକୁ ଫେରିବା ପାଇଁ ଉଭୟେ ଶନିବାର ମଧ୍ୟାହ୍ନରେ ଧନବାଦ ଏକସ୍ପ୍ରେସରେ କୋଏମ୍ବାଟୁର ରେଳ ଷ୍ଟେସନରୁ ଚଢ଼ିଥିଲେ।
/sambad/media/post_attachments/wp-content/uploads/2022/09/24-25.jpg)
ରାତି ପ୍ରାୟ ୧୦ଟାରେ ଉଭୟ ଶୋଇ ପଡ଼ିଥିଲେ। ସକାଳେ ବିଜୟୱାଡ଼ା ଷ୍ଟେସନରେ ନିଦ ଭାଙ୍ଗିବା ପରେ ସରୋଜ ଉସତଙ୍କୁ ପାଇନଥିଲେ। ବିଭିନ୍ନ ବଗିରେ ଖୋଜାଖୋଜି କରିବା ସତ୍ତ୍ବେ ତାଙ୍କୁ ନ ପାଇ ନିରାଶ ହୋଇଥିଲେ। ବଲାଙ୍ଗୀର ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ସରୋଜ ଏ ନେଇ ରେଳବାଇ ଥାନାରେ ଅଭିଯୋଗ କରିଥିଲେ। ଗାଁକୁ ଆସି ଉସତଙ୍କ ପତ୍ନୀ ସସ୍ମିତାଙ୍କୁ ସବୁ କଥା କହିଥିଲେ। ବୁଧବାର ସସ୍ମିତା କୋଳରେ ଏକ ବର୍ଷର ଶିଶୁ ପୁତ୍ରକୁ ଧରି ସରୋଜଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସ୍ବାମୀଙ୍କୁ ଉଦ୍ଧାର କରିବାକୁ ନେହୁରା ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/23-23.jpg)