ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବାଦଲ ଗିରି ଜଳପ୍ରପାତରେ ବୁଡ଼ି ଯାଇଥିବା ନିଖୋଜ ବ୍ୟକ୍ତିଙ୍କର ମୃତଦେହ ମଙ୍ଗଳବାର ଅପରାହ୍‌ଣରେ ଉଦ୍ଧାର ହୋଇଛି। ମୃତବ୍ୟକ୍ତି ହେଲେ ରାଉରକେଲା ଏନ୍ଆଇଟି କର୍ମଚାରୀ ଜୟକୃଷ୍ଣ ସାହୁ।

Advertisment

ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ବାରକୋଟ ଥାନାର ବଳିତା ଗ୍ରାମର ଜୟକୃଷ୍ଣ ଗତ ଜୁଲାଇ ୩୧ ତାରିଖ ଅନ୍ୟମାନଙ୍କ ସହିତ ଗୁରୁଣ୍ଡିଆ ବାଦଲ ଗିରି ଜଳପ୍ରପାତକୁ ବିଲିବାକୁ ଯାଇଥିଲେ। ସେଠାରେ ସେମାନେ ଗାଧୋଉଥିବା ବେଳେ ନିଖୋଜ ହୋଇଥିଲେ। ଆଜି ରାଉରକେଲା ଓଡ୍ରାଫ ଟିମ୍ ଓ ଗୁରୁଣ୍ଡିଆ ଦମକଳ ବାହିନୀ ତାଙ୍କର ମୃତଦେହକୁ ଉଦ୍ଧାର କରିଛନ୍ତି। ଗୁରୁଣ୍ଡିଆ ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବଣାଇ ଡାକ୍ତରଖାନାକୁ ପଠାଇଛନ୍ତି।