ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ମହୁଲପାଲି ଦେଉଳବନ୍ଧ ପୋଖରୀରୁ ଶନିବାର ସକାଳୁ ପୁଲିସ୍ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତକ ଜଣକ ମେହେନା ଗ୍ରାମର ଡୋଳାମଣି ଭୁଏ (୪୯) ବୋଲି ଜଣାପଡ଼ିଛି।
ପୁଲିସ୍ ସୂଚନାନୁସାରେ ଡୋଳାମଣି ଗୁରୁବାର ରାତିରେ ଶୌଚ ପାଇଁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାରଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଦେଉଳ ବନ୍ଦ ପୋଖରୀ ହିଡ଼ରେ ଟର୍ଚ୍ଚ ସମେତ ପିନ୍ଧିଥିବା ବସ୍ତ୍ର ପଡ଼ିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ୍ ଓ ଓଡ୍ରାଫ୍ ଟିମ୍ ଉଭୟ ଶୁକ୍ରବାର ଦିନସାରା ପୋଖରୀରେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା।
ଶନିବାର ସକାଳୁ ଗାଧୋଇବାକୁ ଆସିଥିବା ଲୋକେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ମୃତଦେହକୁ ପୁଲିସ୍ ପାଣିରୁ ଉଦ୍ଧାର କଲା ପରେ ନିଖୋଜ ଥିବା ମେହେନା ଗ୍ରାମର ଡୋଳାମଣି ବୋଲି ଜଣାପଡ଼ିଥିଲା। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ଡୋଳାମଣିଙ୍କ ୬ ଝିଅ ଅଛନ୍ତି। ତାଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ପରିବାରଲୋକେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନଠାରେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)