ଯୁଯୁମୁରା: ଯୁଯୁମୁରା ଥାନା କୟାକୁଦ ପଞ୍ଚାୟତ ଗଇଲଗୁଡ଼ିରୁ ଜଣେ ନାବାଳକ(୧୦) ଶନିବାର ନିଖୋଜ ହୋଇଯାଇଥିଲେ। ନାବାଳକ ଜଣକ ଝାରଖଣ୍ଡର ରଞ୍ଜିତ ମାଝୀଙ୍କ ପୁଅ। ସେ ଗଇଲଗୁଡ଼ି ସ୍ଥିତ ତାଙ୍କ ଅପାଙ୍କ ଘରେ ରହି ପାଠ ପଢୁଥିଲେ।
ଶନିବାର ସନ୍ଧ୍ୟାରୁ ସେ କେଉଁଆଡ଼େ ଚାଲି ଯାଇଥିଲେ। ତାଙ୍କ ଅପାଙ୍କ ପରିବାର ଲୋକେ ଖୋଜାଖୋଜି କରି ପାଇ ନଥିଲେ। ତେବେ ଟିଟିଲାଗଡ଼ ଜିଆର୍ପି ପୁଲିସ ନାବାଳକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ଦେଇଥିଲେ। ରବିବାର ଦିନ ପରିବାର ଲୋକେ ନାବାଳିକାଙ୍କୁ ଆଣିବା ପାଇଁ ଟିଟିଲାଗଡ଼ ଯାଇଥିବା ଜଣାପଡ଼ିଛି।