ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆନ୍ଧ୍ରପ୍ରଦେଶର ତିରୁପତି-ଭେଲୁରୁ ଅଭିମୁଖେ ଯାଇଥିବା ତୀର୍ଥଯାତ୍ରୀମାନଙ୍କ ମଧ୍ୟରୁ ନିଖୋଜ ୨ ମିହଳା ଉଦ୍ଧାର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉଦ୍ୟମ କ୍ରମେ ୨ ମହିଳାଙ୍କୁ ତିରୁପତି ଉଦ୍ଧାର କରାଯାଇ ଖୋର୍ଦ୍ଧା ପୁଲିସ ନିକଟରେ ହସ୍ତାନ୍ତର କରାଯାଇଛି। ସେମାନେ ହେଲେ ଚିଲିକା ପଞ୍ଚାୟତ ସମିତିର ରାଣୀ ଦେବୀ ଓ ବାଲିଅନ୍ତା ପଞ୍ଚାୟତ ସମିତିର ଗୀତାଞ୍ଜଳି ରାଉତ।
/sambad/media/post_attachments/wp-content/uploads/2024/02/6a4ebbae-9ea9-4cf9-845a-167fd219b25f-e1708445644859.jpeg)
ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନେ ଗତ ୮ ତାରିଖ ଦିନ ତିରୁପତି-ଭେଲୋର ଅଭିମୁଖେ ଯାଇଥିଲେ। ଖୋର୍ଦ୍ଧା ଜିଲ୍ଲାରୁ ଜିଲ୍ଲାପାଳ ସମସ୍ତ ଯାତ୍ରୀଙ୍କୁ ଶୁଭକାମନା ଦେଇ ବିଦାୟ କରିଥିଲେ। ସାଙ୍ଗରେ ଯାଇଥିବା କର୍ମଚାରୀଙ୍କୁ ସେମାନଙ୍କର ଦାୟିତ୍ବ ନେବାକୁ ବି କହିଥିଲେ। ଫେରିଲା ବେଳେ ସମସ୍ତେ ଫେରିଲେ, କିନ୍ତୁ ବାଲୁଗାଁ ଥାନା ଭାଲେରି ଗାଁର ୬୫ବର୍ଷୀୟା ବୃଦ୍ଧା ରାଣୀ ଦେବୀ ଗହଳରୁ ଗାଏବ ହୋଇଗଲେ। ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିଲା ନାହିଁ। ତେଣୁ, ତାଙ୍କ ପୁଅ ଖୋଜିବାକୁ ଏକୁଟିଆ ତିରୁପତି ଯାଇଥିଲେ। ସେ ବି ଏତେ ବଡ଼ ସହରରେ ମା’କୁ ଠାବ କରିବାରେ ବିଫଳ ହେବା ପରେ ଗାଁରୁ ଆଉ ସାତ ଜଣ ଭାଇବନ୍ଧୁଙ୍କୁ ତିରୁପତିକୁ ଡକାଇଥିଲେ। ବନ୍ଧୁବାନ୍ଧବମାନେ ତିରୁପତିକୁ ରାଣୀଙ୍କୁ ଖୋଜିବାକୁ ଯାଇଥିଲେ। କିନ୍ତୁ ପାଇପାରି ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/0dd30c64-b128-4168-8f21-b0ec1de4f229.jpeg)