ପ୍ରବାସୀଙ୍କ ଜୀବନ ବଂଚାଇଲେ ଦୀପା: ତେଲେଙ୍ଗାନାରୁ ନିଖୋଜ ଶ୍ରମିକ ଦମ୍ପତି ଉଦ୍ଧାର

ପ୍ରବାସୀଙ୍କ ଜୀବନ ବଂଚାଇଲେ ଦୀପା: ତେଲେଙ୍ଗାନାରୁ ନିଖୋଜ ଶ୍ରମିକ ଦମ୍ପତି ଉଦ୍ଧାର

ପାଇକମାଳ : ବୁଧବାର ତେଲେଙ୍ଗାନାର ପେଦାପଲ୍ଲୀ ଅଞ୍ଚଳରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ ବିପଦରେ ଥିଲା। ଠିକ୍‌ ସେହି ସମୟରେ ଟ୍ୱିଟର୍‌ ଗାର୍ଲ ଦୀପା ବାରିକଙ୍କ ଗୋଟିଏ ଟ୍ୱିଟ୍ ଯୋଗୁଁ ସୁରକ୍ଷିତ ଭାବେ ସେମାନେ ଘରକୁ ଫେରୁଛନ୍ତି। କିଛିଦିନ ତଳେ ତେଲେଙ୍ଗାନାର ପେଦାପଲ୍ଲୀ ଅଞ୍ଚଳରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିର୍ଯାତନାର ଶିକାର ହେଉଥିଲେ। ଇଟାଭାଟି ମାଲିକ ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲା। ଶ୍ରମିକ ଲକ୍ଷ୍ମଣ ଲୁହାର ଅତ୍ୟାଚାର ସହି ନପାରି ଟ୍ରାନ୍ସଫର୍ମର ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ସେଠାକାର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ବୁଧବାର ହଠାତ୍‌ ଇଟାଭାଟି ମାଲିକ କିଛି ଗୁଣ୍ଡା ଆଣି ଡାକ୍ତରଖାନାରୁ ତାଙ୍କୁ ନେଇ ଯ‌ାଇଥିଲା। କିଛି ସମୟ ପୂର୍ବରୁ ଜଣକ ଫୋନ୍‌ ମାଧ୍ୟମରେ ଲକ୍ଷ୍ମଣଙ୍କ ସ୍ତ୍ରୀ ହେମକାନ୍ତୀ ତାଙ୍କ ଶାଶୂଙ୍କୁ କାନ୍ଦି କାନ୍ଦି ପୁଲିସ ପଠାଇବାକୁ ଅନୁରୋଧ କରିଥିଲେ।

ଦୀପା ଉକ୍ତ କଥା ଶୁଣିବା ପରେ ଟ୍ୱିଟର୍‌ ମାଧ୍ୟମରେ ତେଲେଙ୍ଗାନା ରାଜ୍ୟର ପ୍ରମୁଖ ନେତା କେ.ଟି. ରାମାରାଓଙ୍କୁ ଜଣାଇଥିଲେ। ଏହାପରେ ତେଲେଙ୍ଗାନା ପୁଲିସ, ପେଦାପଲ୍ଲୀ ଜିଲ୍ଲା ପ୍ରଶାସନ ଉଭୟ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଆଉ ଜଣେ ସ୍ୱେଚ୍ଛାସେବୀ ଦିବସ ସାହୁ ପେଦାପଲ୍ଲୀ ଶ୍ରମ ବିଭାଗ ଅଧିକାରୀ ତଥା ପୁଲିସ ସହ ଯୋଗାଯୋଗରେ ଥିଲେ। ଗୁରୁବାର ଅପରାହ୍‌ଣରେ ଟ୍ରେନ୍‌ ଯୋଗେ ଦାଦନ ଦମ୍ପତିଙ୍କୁ ଓଡ଼ିଶା ପଠାଇବା ବ୍ୟବସ୍ଥା କରାଯାଇଛି। ଦୀପାଙ୍କ ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe