ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସ୍ବତନ୍ତ୍ର ବିଭାଗ ହେବ ମିଶନ ଶକ୍ତି

ଭୁବନେଶ୍ବର : ମିଶନ୍ ଶକ୍ତି ରାଜ୍ୟ ସରକାରଙ୍କର ଏକ ନୂଆ ବିଭାଗ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଆଜିର କ୍ୟାବିନେଟ ବୈଠକରେ ମୋଟ ୧୬ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏସବୁ ନିଷ୍ପତ୍ତି ଶକ୍ତି, କୃଷି ଓ କୃଷକ କଲ୍ୟାଣ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ଅବକାରୀ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ,ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଓ ଇସ୍ପାତ ଓ ଖଣି ବିଭାଗ ସହ ସମ୍ପର୍କିତ ବୋଲି ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ରାଜ୍ୟରେ ୧୦ଟି ନୂଆ ମେଗା ଗ୍ରାମୀଣ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏସବୁ ପ୍ରକଳ୍ପ ଆଳି,ରାଜକନିକା,ଯାଜପୁର,ଚିଲିକା,ଟାଙ୍ଗି,ବାଣପୁର,ଖୋର୍ଦ୍ଧା, ଜଟଣୀ, ଗନ୍ଦିଆ, ଭୁବନ, ଗୋଲମିନ୍ଦା ଓ ବିଞ୍ଝାରପୁର ବ୍ଲକରେ ନିର୍ମାଣ କରାଯିବ । ସେହିପରି ସମ୍ବଲପୁର ଜିଲ୍ଲାର ୨୬ଟି ଗ୍ରାମ ପଂଚାୟତ ଓ ଝାରସୁଗୁଡ଼ା ଜିଲ୍ଲାର ୨ଟି ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ ମିଳିଛି । ବାଲେଶ୍ବରର ରେମୁଣା ତହସିଲରେ ଏମ୍ସର ସାଟେଲାଇଟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୨୫ ଏକର ଜମି ମଂଜୁର କରିଛନ୍ତି ।

ସମ୍ବନ୍ଧିତ ଖବର