ଭୁବନେଶ୍ବର : ରାଜ୍ୟରେ ମିସ୍‌ନାରିଜ୍ ଅଫ୍ ଚାରିଟି ଦ୍ବାରା ପରିଚାଳିତ ବିଭିନ୍ନ କୁଷ୍ଠାଶ୍ରମ ଓ ଅନାଥାଶ୍ରମରେ ଥିବା ଅନ୍ତେବାସୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ସେଥିପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷକରି ଅନ୍ତେବାସୀମାନେ ଖାଦ୍ୟ ନିରାପତ୍ତା ଓ ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହାକୁ ଧ୍ୟାନ ଦେବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସଂସ୍ଥାଗୁଡ଼ିକୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।