ଅନୁଗୁଳ : ନବବାବୁଙ୍କ ପ୍ରତିମୂର୍ତ୍ତି ଗଢ଼ିବା ସମୟରେ ତାଙ୍କ ଫଟୋ କିମ୍ବା ଭିଡିଓ ଦେଖିଲେନି। ମନଇଚ୍ଛା ପୋଷାକ ପିନ୍ଧେଇଦେଲେ। ଯିଏ ଧୋତି, ଫତେଇରେ ଜୀବନ ବିତେଇ ଦେଇଛନ୍ତି ତାଙ୍କୁ ପ୍ୟାଣ୍ଟ ଓ ବେକଚିପା ସାର୍ଟ ପିନ୍ଧେଇଦେଲେ। ବିରୋଧ ହେବାରୁ ତରବରିଆ ଭାବେ ଏହାକୁ ବଦଳାଇ ନାଗପୁର ଶୈଳୀରେ ଧୋତି ପିନ୍ଧାଗଲା। ଏତେ ସବୁ ଘଟଣାକ୍ରମ ଦେଖିଲେ ଲାଗୁନି ଯେ ଅଜାଣତରେ ଏହି ଭୁଲ୍ ହୋଇଯାଇଛି। ବରଂ, ଏହା ପଛରେ ଅନ୍ୟ କିଛି କାରଣ ଥିଲା ପରି ଲାଗୁଛି ବୋଲି କହିଛନ୍ତି ନବକୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ମହାନ୍ତି।
ଅଜାଣତରେ ଭୁଲ ହେଇନି: କୃଷ୍ଣା ମହାନ୍ତି
/sambad/media/post_attachments/wp-content/uploads/2023/04/krishna-mohanty.jpg)