ହସ୍ପିଟାଲରେ ଯୁବତୀଙ୍କୁ ଅସଦାଚରଣ କରି ଚପଲରେ ନିର୍ଧୁମ ଛେଚା ଖାଇଲେ ଯୁବକ

ପିଆରଏମ୍‌ରେ ସନ୍ଧ୍ୟାରେ ଘଟିଛି ଘଟଣା, ଭିଡିଓ ଭାଇରାଲ୍

ବାରିପଦା : ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ କୌଣସି କାମରେ ଆସିଥିବା ରାସଗୋବିନ୍ଦପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚରଣ କରି ନିର୍ଧୁମ ଛେଚା ଖାଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ମଧ୍ୟ କୌଣସି କାମରେ ହସ୍ପିଟାଲ ଆସିଥିବା ଜଣାପଡ଼ିଛି। ତେବେ ରକ୍ତ ପରୀକ୍ଷା କେନ୍ଦ୍ର ନିକଟରେ ଯୁବକ ଜଣଙ୍କ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିବା ଅଭିଯୋଗ କରି ଯୁବତୀ ଜଣଙ୍କ ନିଜେ ପିନ୍ଧିଥିବା ଚପଲରେ ଯୁବକଙ୍କୁ ନିର୍ଧୁମ୍ ସେକିଛନ୍ତି। ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଛି। ତେବେ ଯୁବତୀଙ୍କ ପକ୍ଷରୁ ମେଡିକାଲ୍ ଫାଣ୍ଡିରେ କୌଣସି ଅଭିଯୋଗ କରାଯାଇନଥିବା ଜଣାପଡ଼ିଛି। ମାତ୍ର ହସ୍ପିଟାଲ ଭିତରେ ଜଣେ ଯୁବକଙ୍କୁ ଚପଲରେ ମାଡ଼ ସମସ୍ତେ ଦେଖିଥିଲେ। ଯାହାକି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସମ୍ବନ୍ଧିତ ଖବର