ଟେଣ୍ଡରରେ ସୀମିତ ମିଟ୍‌କୁନ୍ଦରୀ-ଖୁଣ୍ଟଗାଁ ରାସ୍ତା ମରାମତି

ଚୁପ୍‌ ବସିଛି ଗ୍ରାମ୍ୟ ଉନ୍ନୟନ ବିଭାଗ

ରାଉରକେଲା: ବିପର୍ଯ୍ୟସ୍ତ ହୋଇ ପଡିଛି ମିଟ୍‌କୁନ୍ଦରୀ- ଖୁଣ୍ଟଗାଁ ପ୍ରମୁଖ ରାସ୍ତା। ଏବେ ଏହି ରାସ୍ତା ଏକ ପ୍ରକାର ମରଣଯନ୍ତା ପାଲଟିଛି। କେଉଁଠି ସ୍ଥାନୀୟ ଲୋକ ରାସ୍ତାକୁ ମାଡ଼ି ବସିଲେଣି ତ ଅନ୍ୟ କେଉଁଠି ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି ଏଭଳି ଦୟନୀୟ ରାସ୍ତାରେ ଶହ ଶହ ଗାଡି ମୋଟର ସହ ହଜାର ହଜାର ସ୍ଥାନୀୟ ଲୋକ ଯାତାୟତ କରୁଛି। ଦୈନନ୍ଦିନ ଅନେକ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି। ତଥାପି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ କେବଳ ଟେଣ୍ଡର ଆହ୍ବାନ କରି ନିଜର କାମ ସାରିଦେଇଛି। ସେପଟେ ୫.୫. କି.ମି.ରାସ୍ତାର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଆହ୍ବାନ କରିଥିଲେ। ବିଭିନ୍ନ ଠିକା ସଂସ୍ଥା ପକ୍ଷରୁ ଟେଣ୍ଡର ପକାଯାଇଛି। କିନ୍ତୁ ଅଦ୍ୟାବଧି ଟେଣ୍ଡର ଖୋଲୁନି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନି।  କେବଳ ଏତିକି ନୁହେଁ ଏହି ରାସ୍ତାର ଦୂରାବସ୍ଥା  ସୁଧାରିବାକୁ  ସ୍ଥାନୀୟ ଅଞ୍ଚଳବାସୀ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରିବାକୁ ଦାବି ଆସୁଛନ୍ତି।

ହେଲେ କିଛି ସୁଫଳ ମିଳି ନାହିଁ। ରାଉରକେଲାରୁ ଝିରପାଣି ପୋଲ ଅତିକ୍ରମ କରି ସୀମାନ୍ତ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ଏହି ରାସ୍ତାର  ମରାମତିକୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ଝିରପାଣି ଓ ମିଟକୁନ୍ଦରୀକୁ ସଂଯୋଗ କରି କୋଏଲ ସେତୁ ନିର୍ମାଣ ପରେ ନୂଆଗାଁ ଓ ରାଉରକେଲାର ସିଧା ସଳଖ ଲୋକେ ଯିବା ଆସିବା କରୁଛନ୍ତି l ଏହି ରାସ୍ତା ଦେଇ ପ୍ରତିଦିନ ସହ ସହ ଗାଡି ମୋଟର ଜିବା ଆସିବା କରୁଛି। କିନ୍ତୁ ଦୁର୍ଭାଗ୍ୟର କଥା ମିଟକୁନ୍ଦ୍ରୀ ଠାରୁ ନୂଆଗାଁ ପ୍ରଯନ୍ତ ରାସ୍ତାର ନା ହେଉଛି ଉନ୍ନତି କରଣ ନା ରାସ୍ତାକୁ କରାଯାଉଛି ପ୍ରସସ୍ଥୀକରଣ। ରାସ୍ତା ନିର୍ମାଣ ପାଞ୍ଚ ବର୍ଷ  ପୂର୍ବେ ହୋଇଥିଲା। ନିକଟ ଅତୀତରେ  ଠିକାଦାର ଜଣଙ୍କ ଉକ୍ତ ରାସ୍ତାର ଗର୍ତ୍ତ/ଖାଲ ଥିବା ସ୍ଥାନରେ ମେଟାଲ ପକେଇ ସେମିତି ଛାଡି ଦେଇଥିଲେ।

ରାସ୍ତା ଉପରେ ନୂଆଗାଁ ବ୍ଲକର ପ୍ରାୟ ଦଶରୁ ପନ୍ଦର ପଞ୍ଚାୟତ ନିର୍ଭରଶୀଳ। ପ୍ରତିଦିନ ଉକ୍ତ ରାସ୍ତା ଦେଇ ଚାଷୀ, ଶ୍ରମିକ, ସାଧାରଣ ଲୋକ, କଲେଜ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି l କିନ୍ତୁ ଅଣଓସାରିଆ ରାସ୍ତା ଯୋଗୁଁ ଓ ରାସ୍ତାର ଶୋଚନୀୟତା ଯୋଗୁଁ ପ୍ରତେକ ଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି l ଆଶ୍ଚର୍ଯ୍ୟ କଥା ,ମିଟକୁନ୍ଦରୀ କୋଏଲ ସେତୁ ନିର୍ମାଣ ପରେ ଉକ୍ତ ଅଞ୍ଚଳରେ ଆଦିବାସୀ ଜମିଗୁଡିକ ଶାଗ ମାଛ ଦରରେ ବିକ୍ରି କରି ଦେଉଛନ୍ତିl  ଏହି ଜମି ଉପରେ ଲୋକେ ଘର ନିର୍ମାଣ କରି ଚାଲିଛନ୍ତି।  ରାସ୍ତାକୁ ସଂଯୋଗ କରି ଘରଗୁଡିକ ନିର୍ମାଣ କରାଯାଇଥିବାରୁ, ଦିନକୁ ଦିନ ଉକ୍ତ ରାସ୍ତା ସଂକୁଚିତ ହେବାକୁ ଲାଗିଛି l ଏଥିସକାଶେ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଛି। କାରକଟା ଓ ଲିଣ୍ଡରାଠାରେ ଏବେ ଠାରୁ ରାସ୍ତାକୁ ସଂଯୋଗ  କରି ଦୋକାନ ଘର ଗୁଡିକ ନିର୍ମାଣ ହୋଇଛି l ସେହିପରି  ମିଟକୁନ୍ଦରୀ ନୂଆଗାଁ ଭିତରେ ଦଶରୁ ଅଧିକ ସ୍ଲାଗ ଇଟା ଫାକ୍ଟ୍ରି/କାରଖାନା ଥିବାରୁ  ପ୍ରତି ଦିନ ଭାରିଯାନ ଯିବାଆସିବା କରୁଛନ୍ତି। ଫଳରେ ରାସ୍ତା ଦିନକୁ ଦିନ ଶୋଚନୀୟ ହୋଇ ପଡୁଛି। ବର୍ଷ ବର୍ଷ ଧରି ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକ ସମସ୍ୟାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରାଥମିକତା ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର