‘ବିଭିନ୍ନ ସ୍କିମ୍‌ରୁ ଲାଭ ଉଠାଇବା ଆବଶ୍ୟକ’

କରୋନା ମୁକାବିଲା ବେଳେ କେନ୍ଦ୍ରର ଏହି ଆର୍ଥିକ ପ୍ୟାକେଜ୍‌ରେ ନିଶ୍ଚିତ ଏକ ବୃହତ୍ତର ଗୋଷ୍ଠୀ ଉପକୃତ ହେବେ। କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗଠୁ ନେଇ କୃଷକ ଓ ନରେଗାରେ ଯେଉଁ ପ୍ୟାକେଜ୍‌ ଘୋଷଣା ହୋଇଛି ଏହା ଆୟର ବାଟ ଖୋଲିବ। ମାତ୍ର ଏଥିରୁ କିପରି ଆମେ ଲାଭବାନ ହୋଇପାରିବା ଏବଂ ସେ ଦିଗରେ ଆମେ କି ପଦକ୍ଷେପ ନେବା ତାହା ଉପରେ ସବୁକିଛି ନିର୍ଭର କରେ। ବିଶେଷକରି ପ୍ୟାକେଜରେ ଶୀତଳଭଣ୍ଡାର ପାଇଁ ବଜେଟ୍‌ ରହିଥିବା ବେଳେ ଓଡ଼ିଶାରେ ଶୀତଳଭଣ୍ଡାର ସଂଖ୍ୟା ବହୁତ କମ୍। ଏହି ପ୍ୟାକେଜ୍‌ ଜରିଆରେ ଆମର ଶୀତଳଭଣ୍ଡାର ସଂଖ୍ୟା ବଢ଼ାଯାଇପାରିବ। ପ୍ରବାସୀ ଶ୍ରମିକମାନେ ବାହାରୁ ପଳେଇ ଆସିଥିବାରୁ ବେକାର ହୋଇ ବସିବା ଅପେକ୍ଷା ଏବେ ସେମାନେ ନରେଗା ଯୋଜନାରେ କିଛି ଆୟ ପାଇପାରିବେ। ତେଣୁ ସେମାନେ ସମ୍ପୂର୍ଣ୍ଣ ଆୟଶୂନ୍ୟ ହେବେ ନାହିଁ। ତେବେ ଆତିଥ୍ୟ ଓ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ର ପାଇଁ ପ୍ୟାକେଜ୍‌ରେ ବ୍ୟବସ୍ଥା ରହିଥିଲେ ଭଲ ହେଇଥାଆନ୍ତା। ରାଜ୍ୟ ଏଥିରୁ କିଭଳି ଲାଭ ଉଠାଇବ ଏବଂ ପ୍ୟାକେଜର ସଦବିନିଯୋଗ ହୋଇପାରିବ ତାହାକୁ ଗୁରୁତ୍ବର ସହ ପରିଚାଳନା କରିବା ଆବଶ୍ୟକ।

– ମିତାଲି ଚିନ୍ନାରା , ଅର୍ଥନୀତି ପ୍ରଫେସର, ଉତ୍କଳ ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର