ଓଏଏସ୍‌ ପରୀକ୍ଷା: ୧୨୧ତମ ସ୍ଥାନରେ ମିତାଲି

ବାରିପଦା: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ମେଧାବୀ ଛାତ୍ରୀ ମିତାଲୀ କୁମ୍ଭକାର ୧୨୧ ତମ ସ୍ଥାନରେ ରହିଛନ୍ତି। ମିତାଲୀ ଭୁବନେଶ୍ୱର କୃଷି ବିଶ୍ଵ ବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀ। ସେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ୪ ମାସ ହେଲା ଆମେରିକାରେ ରହି କୋଚିଙ୍ଗ ନେଉଥିଲେ। ଝିଅର ସଫଳତା ପାଇଁ ବାପା ଝାରପୋଖରିଆ ସରକାରୀ ୟୁଜି ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର କୁମ୍ଭକାର ଓ ମା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ସନ୍ଧ୍ୟାରାଣି ବେହେରା ବେଶ୍ ଖୁସି ଅଛନ୍ତି। ଦିନକୁ ୮ରୁ ୧୦ ଘଣ୍ଟା ସେ ପରିଶ୍ରମ କରୁଥିଲେ। କଠିନ ପରିଶ୍ରମ ଓ କାମ ପ୍ରତି ନିଷ୍ଟା ରହିଲେ ସଫଳତା ନିଶ୍ଚୟ ମିଳିବ ବୋଲି ପ୍ରତିକ୍ରିୟାରେ ମିତାଲୀ କହିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣା ଯାଇଛି।

ସମ୍ବନ୍ଧିତ ଖବର