ସାକ୍ଷୀଗୋପାଳଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

କହିଲେ- ବ୍ୟର୍ଥ ଯିବ ନାହିଁ 'ଦେଵାଶିଷ'ଙ୍କ ବଳିଦାନ 

ସାକ୍ଷୀଗୋପାଳଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ସାକ୍ଷୀଗୋପାଳ: ବଲିଉଡ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀ ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପାଳରେ ପହଞ୍ଚି ରବିବାର ସନ୍ଧ୍ୟାରେ ସାକ୍ଷୀଗୋପାଳଜିଉଙ୍କୁ ଦର୍ଶନ କରିଛନ୍ତି। ଏହାପରେ ମନ୍ଦିର ବାହାରେ ସତ୍ୟବାଦୀ ମାଟିର ବୀର ଯବାନ ସହିଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବିଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଯୁବ ନେତା ଓମ୍ ପ୍ରକାଶ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ମିଥୁନ ଚକ୍ରବର୍ତ୍ତୀ ଉଦବୋଧନ ଦେଇ ଦେବାଶିଷ ଯେଉଁଠି ବି ଅଛି ଭଲରେ ରହୁ କହିବା ସହ ସମୟକୁ ଅପେକ୍ଷା କରନ୍ତୁ ଭାରତ ସରକାର ଦୃଢ଼ ଜବାବ ଦେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମିଥୁନ ଚକ୍ରବର୍ତ୍ତୀ ଆଜି ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ପୁରୀ ଅଭିମୁଖେ ବାହାରିଥିଲେ।

publive-image

ସମ୍ବିତ ପାତ୍ର ଦେବାଶିଷଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା ସହ ବୀର ଦେବାଶିଷଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି । ପାକିସ୍ତାନ ଭାରତରେ ଯେଉଭଳି ଆତଙ୍କବାଦୀ ଗତି ବିଧି ବଢାଉ ଥିଲା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନ କୁ କଡ଼ା ଜବାବ ଦେଇଛନ୍ତି। ଆତଙ୍କି ଉପରେ ହାମଲ୍ଲା କରି କଡ଼ା ଜବାବ ଦିଆଯାଉଥିଲା ଓ ଆଗକୁ ମଧ୍ୟ କଡ଼ା ଜବାବ ଦିଆଯିବ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe