ବୁର୍ଲା : ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ସେ ଭିମସାର୍‌ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ରବିବାର ମଧ୍ୟାହ୍ନ ଭୋଜନରେ ତାଙ୍କୁ ଭାତ, ଡାଲି ଆଦି ସାଧାରଣ ଖାଦ୍ୟ ଖାଇବାକୁ ଦିଆଯାଇଛି। ସେ ମଧ୍ୟ ‌ସବୁବେଳେ ଶୋଇ ନରହି ନିଜ ଶଯ୍ୟାରେ ବସୁଛନ୍ତି। ପ୍ରଫେସର ସୁନୀଲ ଶର୍ମାଙ୍କ ତତ୍ତ୍ବାବଧାନରେ ଭିମସାର୍‌ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ଲାଗିଛନ୍ତି। ତେବେ ତାଙ୍କୁ ଭେଟିବାକୁ ଆସୁଥିବା ଶୁଭେଚ୍ଛୁଙ୍କ ସଂଖ୍ୟା ନିୟନ୍ତ୍ରିତ କରିବା ପାଇଁ ତାଙ୍କୁ ଏବେ ବି ଆଇସିୟୁରେ ରଖାଯାଇଛି ବୋଲି ଭିମ୍‌ସାର୍‌ ଅଧୀକ୍ଷକ ପ୍ରଫେସର ଲାଲ୍‌ମୋହନ ନାୟକ କହିଛନ୍ତି।