ବଜେଟକୁ ନେଇ ନବୀନଙ୍କ ମିଶ୍ରିତ ପ୍ରତିକ୍ରିୟା

ଭୁବନେଶ୍ୱର: ନୂଆ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ଘୋଷଣା କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । ଏହା ସହିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଧ୍ୟ ସେ ସ୍ୱାଗତ କରିଛନ୍ତି । ତେବେ ମଧ୍ୟାହ୍ନ ଭୋଜନ ଯୋଜନା, ମନରେଗାକୁ କମ ବ୍ୟୟ ବରାଦକୁ ନେଇ ସେ ବିସ୍ମୟ ପ୍ରକାଶ କରିଛନ୍ତି । ପୁଣି ନୂଆ ରେଳ ଚଳାଚଳ ଓ ନୂଆ ରେଳ ପ୍ରକଳ୍ପ ପାଇଁ ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର ପୂରଣ କରିନାହାନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ନୂଆ ବଜେଟରେ ସାର୍ବଜନିନ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଇ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ଘୋଷଣା କରିଛନ୍ତି । ଏହା ମାଧ୍ୟମରେ ଦେଶର ପ୍ରାୟ ୧୦ କୋଟି ଗରିବ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର