ବାଲେଶ୍ବର/ଭୋଗରାଇ: ଭୋଗରାଇ ବିଧାୟକ ଅନନ୍ତ ଦାସ (୮୩)ଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ବୟାସାଧିକ କାରଣରୁ ଗତ କିଛିଦିନ ହେଲା ସେ ସ୍ବାସ୍ଥ୍ୟଗତ ସମସ୍ୟାର ସାମ୍‌ନା କରୁଥିଲେ। ଆଜି ସନ୍ଧ୍ୟାରେ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ହାସପାତାଳ ନେଇଥିଲେ। ଶ୍ରୀ ଦାସ ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଦୁଇଜଣ ବରିଷ୍ଠ ଡାକ୍ତର ଚିକିତ୍ସା କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ୍‌ ଜଗଦ୍ଦେବ ସୂଚନା ଦେଇଛନ୍ତି।