ବ୍ରହ୍ମପୁର, : ଗୋଡ଼ ଖସି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ତା ଆହତ ହୋଇଥିବା ଜଣାପଡିଛି। ଶନିବାର ଅପରାହ୍ଣରେ ସ୍ଥାନୀୟ ଗୋସାଇଁ ନୂଆଗାଁ ବଡ଼ସାହି ଠାରେ ଚାଲିଥିବା ହନୁମାନ ଚାଳିଶା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଣ୍ତାଙ୍କ ସମେତ ସା˚ସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ଅନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସାରି ଫେରିବା ବେଳେ ବିଧାୟକ ଶ୍ରୀ ପଣ୍ତାଙ୍କ ଗୋଡ଼ ଖସି ଯାଇଥିଲା। ନିୟନ୍ତ୍ରଣ ହରାଇ ବିଧାୟକ ତଳେ ପଡ଼ି ଯାଇଥିବା ବେଳେ ତାଙ୍କ ଡାହାଣ ହାତ କହୁଣି ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଛି। ଘଟଣାସ୍ଥଳରୁ ବିଧାୟକଙ୍କୁ ତୁରନ୍ତ ଏକ ଘରୋଇ ଚିକିତ୍ସାଳୟକୁ ନେଇ ପରୀକ୍ଷାନିରୀକ୍ଷା କରିବା ପରେ ଅଣ୍ଟାରେ ଆଘାତ ଲାଗିବା ସହ କହୁଣିର ହାଡ଼ ସାମାନ୍ୟ ଫାଟିଥିବା ଜଣାଯାଇଛି। ବିଧାୟକ ନିଜ ବାସଭବନରେ ରହି ଚିକିତ୍ସିତ ହେଉଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp