ଭିନ୍ନ ଜଣେ ବିଧାୟକ ପାର୍ଥୀ : ସାଇକେଲରେ ବୁଲି ନିର୍ବାଚନ ପ୍ରଚାର

ଟାଙ୍ଗୀ : ଗାଁକୁ ଗାଁ ଛକକୁ ଛକ ସାଇକେଲରେ ବୁଲି କରୁଛନ୍ତି ନିଜର ପ୍ରଚାର। ଏଭଳି ପ୍ରଚାର ଜରିଆରେ ବିଧାୟକ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡିଛନ୍ତି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶାଳଗାଁ ପଂଚାୟତ ଖାଇପଡିଆ ଗାଁ ର ବିଷ୍ଣୁ ଚରଣ ଦାସ। ବିଷ୍ଣୁଙ୍କୁ କଳିଙ୍ଗସେନା ଦଳ ପକ୍ଷରୁ ସାଲେପୁର ବିଧାୟକ ପାର୍ଥୀ ପାଇଁ ଟିକେଟ ପ୍ରଦାନ କରାଯାଇଥିବା ବେଳେ ବିଷ୍ଣୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି । ଗାନ୍ଧୀ ଟୋପି ସାଙ୍ଗକୁ ଖଦଡ଼ ପାଇଜାମା ପିନ୍ଧି ବିଷ୍ଣୁ ଦୀର୍ଘ ୪୫ ବର୍ଷ ଧରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଆସିଛନ୍ତି। ୪୫ ବର୍ଷ ଭିତରେ ବିଷ୍ଣୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସହିତ କାମ କରିବା ସହ ତାଙ୍କ ପାଇଁ ଚୌଦ୍ୱାର ରେ ପ୍ରଚାର କରିଥିଲେ। ଆନ୍ନା ହଜାରେ ଓ ରାମଦେବଙ୍କ କଳା ଧନ ଆନ୍ଦୋଳନକୁ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ବ୍ୟାପକ କରିବା ସହ ଓଟି ଏମ ବଞ୍ଚାଅ ସଂଗ୍ରାମରେ ବିଷ୍ନୁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଭିନ୍ନ ସାମାଜିକ ଆନ୍ଦୋଳନରେ ଭାଗନେଇ ବିଷ୍ଣୁ ୧୦ ରୁ ଅଧିକ ଥର ଜେଲ ଯାଇଛନ୍ତି। ଶାଳଗାଁ ପଂଚାୟତରୁ ସରପଞ୍ଚ ହେବା ସହିତ ବ୍ଲକ ଅଞ୍ଚଳର ଏକାଧିକ ପଞ୍ଚୟତରେ ବିଭିନ୍ନ ସମୟରେ ସମିତି ସଭ୍ୟ ଭାବେ ବିଷ୍ଣୁ ନିର୍ବାଚନ ଲଢ଼ିଛନ୍ତି। ସାଇକେଲରେ ବୁଲି ବୁଲି ନିର୍ବାଚନ ପ୍ରଚାର ସହିତ ଘର ଘର ବୁଲି ଗୋଟିଏ ଭୋଟ୍ ଗୋଟିଏ ଟଙ୍କା ନାରା ଦେବା ତାଙ୍କ ବିଶେଷତା।

ସମ୍ବନ୍ଧିତ ଖବର