ରାଇରଙ୍ଗପୁର: ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ମଙ୍ଗଳବାର ଅନ୍ତିମ ଦିନ ଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଜେଡି ତରଫରୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏବଂ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକଙ୍କ ନାମାଙ୍କନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ହଜାର ହଜାର ବିଜେଡି ସମର୍ଥକ, ଯୁବ, ମହିଳା, ଛାତ୍ର, କୃଷକ ବିଶାଳ ପଟୁଆର ଶୋଭାଯାତ୍ରାରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରଠାରୁ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲି ଚାଲି ନିଜର ପ୍ରିୟ ପ୍ରାର୍ଥୀଙ୍କ ଫଟୋ ପ୍ଳାକାର୍ଡ ଧରି ପହଞ୍ଚିଥିଲେ। ପାରଂପରିକ ବେଶଭୂଷା ପିନ୍ଧି, ଆଦିବାସୀ ନୃତ୍ୟ, ବାଜା, ବଜାଇ ଚାଲିଥିଲେ। ପଛରେ ସୁସଜ୍ଜିତ ରଥରେ ବିଜେଡି ସାଂସଦ  ପ୍ରାର୍ଥୀ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଏବଂ ସାରସକଣା ବିଧାୟକ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି ଉପସ୍ଥିତ ରହି ରାଇରଙ୍ଗପୁର ସହରବାସୀଙ୍କୁ ପ୍ରଣାମ, ଗୁହାରି ଓ ହାତ ହଲାଇ ଶୁଭେଛା ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ଦୁର୍ଗା ମଣ୍ଡପ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପ୍ରାର୍ଥୀମାନେ ପୁଷ୍ପମାଲ୍ୟ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ।

Advertisment

publive-image

ପ୍ରାର୍ଥୀଙ୍କ ସହିତ ଷ୍ଟାର ପ୍ରଚାରକ ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ, ଯୁବ ବିଜେଡ଼ି ସଭାପତି ତଥା ପୌର ପରିଷଦ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ବରିଷ୍ଠ ନେତା ଇଶାନ ମିଶ୍ର ବିଜେଡି ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ପ୍ରାକ୍ତନ ବିଜୁ ଶକ୍ତି ଉପଦେଷ୍ଟା ଦିପ୍ତୀମାନ ବଳ, ଏପିପି ପଙ୍କଜ ଦାସ, ରାଇରଙ୍ଗପୁର  ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ରାଇରଙ୍ଗପୁର ପୌରପରିଷଦର କାଉନସିଲର ବୃନ୍ଦ, ଜାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ସାରସକଣା ନିର୍ବାଚନ ମଣ୍ଡଳୀର ୩ଟି ବ୍ଳକ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀୟ ୪ଟି ବ୍ଳକର ଜନ ପ୍ରତିନିଧି, ଵହୁ ନେତୃବୃନ୍ଦ ଓ ସମର୍ଥକ ସାମିଲ ହୋଇଥିଲେ।

ଶଙ୍ଖ ଚିହ୍ନ ଥିବା ଗାମୁଛା ପକାଇ ଜୟ ନବୀନ, ଜୟ ଶଙ୍ଖ, ଜୟ ଜଗନ୍ନାଥ ଜୟ ବିଜେଡି ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ରାଇରଙ୍ଗପୁର ସହର। ପରେ ସାରସକଣା ବିଧାୟକ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି ଅତିରିକ୍ତ ଜିଲ୍ଲାପାଳ ରିଟର୍ଣନି ଅଫିସର ଦୌଲତ ଚନ୍ଦ୍ରକାଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଉପଜିଲ୍ଲାପାଳ ତଥା ରିଟର୍ଣନି ଅଫିସର ସରୋଜ କୁମାର ଦାସଙ୍କଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।