ସୁନ୍ଦରଗଡ଼ : ମଶାଣି ସଫା କଲେ ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ

ସୁନ୍ଦରଗଡ଼ : ମଶାଣିରେ ବିଧାୟକ। ହାତରେ କୋଦାଳ, ସଙ୍ଗରେ କିଛି ଲୋକ। ଏହା ଶୁଣିଲା ପରେ ଆପଣ ନିଶ୍ଚିତ ଭାବି ନେଇଥିବେ ଯେ, କେହି ବିଶିଷ୍ଟ ବ୍ୟକ୍ତି ଅଥବା ଆତ୍ମୀୟ ସ୍ବଜନ କି ପରିଚିତଙ୍କ ମୃତଦେହର ଦାହ ସଂସ୍କାର କରିବା ପାଇଁ ମଶାଣିରେ ପହଞ୍ଚି ଯାଇଛନ୍ତି ବିଧାୟକ। କିନ୍ତୁ ସେମିତି କିଛି ନଥିଲା। କିଛି ସାଥୀଙ୍କ ସହ ମଶାଣିରୁ ମଇଳା ଉଠାଇବାକୁ ଯାଇଥିଲେ ବିଧାୟକ। ନିଜ ସରଳ ଚେହେରା ଓ ନିରବରେ କାମ କରିଯିବାର ଶୈଳୀକୁ ନେଇ ଲୋକଙ୍କ ନିକଟତର ହୋଇଥିବା ଏହି ବିଧାୟକ ଜଣକ ହେଲେ ତଳସରାର ଭବାନୀ ଶଙ୍କର ଭୋଇ।

ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିରୁ ବିଧାୟକ ହୋଇଥିବା ଶ୍ରୀ ଭୋଇ ଆଜି ସକାଳୁ କୋଦାଳ ଓ ଝାଡ଼ୁ ଧରି ପହଞ୍ଚି ଯାଇଥିଲେ ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍‌ସ୍ଥିତ ମଶାଣିରେ। ମାରିଥିଲେ ଝାଡ଼ୁ, କୋଦାଳରେ କାଟିଥିଲେ ଅନାବନା ଲଟାବୁଦା। ସାଥୀ ସମର୍ଥକଙ୍କ ସହ ମଶାଣିରେ ପଡ଼ିଥିବା ଦରପୋଡ଼ା କାଠ, ପାଉଁଶ, ମୃତଦେହର ଅବଶେଷ ଓ ଫିଙ୍ଗା ଯାଇଥିବା ଅଳିଆକୁ ଉଠାଇ ଫିଙ୍ଗିଲେ। ମଶାଣିର ଚାରିକଡ଼େ ଉଠିଥିବା କଣ୍ଟାବୁଦାକୁ କାଟି ପୂରା ସଫା କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ମଶାଣି‌ରେ ସଫେଇ କରି ଫେରିଥିଲେ ବିଧାୟକ ଭବାନୀ।

ସମ୍ବନ୍ଧିତ ଖବର