ଫୁଲବାଣୀ : ମା’ଓ ଝିଅଙ୍କୁ ମାରପିଟ୍ ଘଟଣାରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କା ଓ ୨ ଜଣ ବ୍ୟକ୍ତିଗତ ଜାମିନଦାରଙ୍କ ମୁଚାଲିକାରେ ସ୍ବତନ୍ତ୍ର ଭିଜିଲାନସ ଜଜ୍ ବିରଞ୍ଚିନାରାୟଣ ମିଶ୍ର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତେବେ ଜାମିନଦାର ହାଜର ହୋଇ ନପାରିବାରୁ ସେ ଆଜି ଜେଲରୁ ମୁକୁଳି ପାରି ନଥିବା ଜଣାପଡିଛି ା ଆସନ୍ତାକାଲି ଜାମିନଦାର ହାଜର ପରେ ଦେବେନ୍ଦ୍ର ଜେଲରୁ ମୁକୁଳିବେ ବୋଲି ତାଙ୍କ ଓକିଲ ମନୋର˚ଜନ ମହାନ୍ତି କହିଛନ୍ତିି। ସୂଚନା ମୁତାବକ ଗତ ସେପ୍ଟେମ୍ବର ୨ ତାରିଖ ରାତିରେ ସଦର ଥାନା ଅଞ୍ଚଳର ଏକ ଗାଁରେ ପଶି ମା’ ଓ ଝିଅଙ୍କୁ ମାଡପିଟ କରିଥିବା ନେଇ ଦେବେନ୍ଦ୍ରଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହାପରେ ଦେବେନ୍ଦ୍ର ଫେରାର ହୋଇଯାଇଥିଲେ। ଶେଷରେ ଗତ ଅକ୍ଟୋବର ୮ ତାରିଖରେ ପୁଲିସ ଦେବେନ୍ଦ୍ରଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଥିଲା।