ସିନ୍ଧେକେଲା/ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଗୁରୁବାର ବଙ୍ଗୋମୁଣ୍ଡା ବ୍ଲକ୍ର ସମସ୍ତ (୧୮ଟି) ଜଗନ୍ନାଥ ମନ୍ଦିରରେ ପହଞ୍ଚି ରଥଯାତ୍ରା ଉପଲକ୍ଷେ ଭଗବାନଙ୍କୁ ଲାଗି ହେଉଥିବା ବସ୍ତ୍ର ପ୍ରଦାନ କରିଛନ୍ତି। ସିନ୍ଧେକେଲା ଜଗନ୍ନାଥ ମନ୍ଦିରଠାରେ ବସ୍ତ୍ରଦାନ ସମୟରେ ମନ୍ଦିର ପୂଜକ ପ୍ରମୋଦ ପାଣିଗ୍ରାହୀ, ଦଧିବାମନ ମନ୍ଦିର ପାଇଁ ରାଜ ପରିବାର ସଦସ୍ୟ ସଞ୍ଜୟ ସିଂହଦେଓ ବସ୍ତ୍ର ଗ୍ରହଣ କରିଥିଲେ। ଚାନ୍ଦୋତରା ଜଗନ୍ନାଥ ମନ୍ଦିରରେ ପୂଜକ ସଞ୍ଜୟ ନାଏକ ବସ୍ତ୍ର ଗ୍ରହଣ କରିଥିଲେ। ବଙ୍ଗୋମୁଣ୍ତା ଦଧିବାମନ ମନ୍ଦିରରେ ପୂଜକ ସୁଶାନ୍ତ ଯାଷୀ ପାଟବସ୍ତ୍ର ଗ୍ରହଣ କରିଥିଲେ।
ରଥ କମିଟିର ଆନନ୍ଦ ଅଗ୍ରୱାଲା, ଅନିଲ ଖମାରୀ, ପ୍ରାଣକୃଷ୍ଣ ସରାଫ ପ୍ରମୁଖ ଉପସ୍ଥିତଥିଲେ। ସେହିପରି ଗୁହିରାପଦର, ସାନମୁଲା, ବିରିପାଲି, ତେତେଲପଡା, ଭୁଷଲାଡ଼, ବେଲପଡା, ଚୁଲିଫୁଙ୍କା, କଁସିଲ, ରାନୀପୁର, ଝରିଏଲ, ଅଲଣ୍ତା, ମମିଆ ଆଦି ଗାଁର ମନ୍ଦିରରେ ପାଟବସ୍ତ୍ର ପ୍ରଦାନ କରିଛନ୍ତି।